‘ସ୍ୱଚ୍ଛ ସମ୍ମାନ’: ଏଣିକି ପ୍ରତି ରବିବାର ହେବ ରାଜଧାନୀରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ପରିଷ୍କାର

ଭୁବନେଶ୍ୱର: ରାଜଧାନୀରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀକୁ ପ୍ରତି ସପ୍ତାହରେ ସଫା କରିବା ସହ ପୁଷ୍ପ ଅର୍ପଣ କରିବାକୁ ସାମାଜିକ ଅନୁଷ୍ଠାନ ଜୟ ଓଡ଼ିଶା ନିଷ୍ପତ୍ତି ନେଇଛି। ଜୟ ଓଡ଼ିଶା ପକ୍ଷରୁ ରାଜଧାନୀରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ଥିବା ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ସହିତ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ। ଏଥିପାଇଁ ପ୍ରତିମୂର୍ତ୍ତୀ ଥିବା ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କିମିଟିର ସଦସ୍ୟମାନେ ସପ୍ତାହର ରବିବାର ଦିନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀର ପରିଷ୍କାର-ପରିଚ୍ଛନ୍ନ କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମର ନାମ ‘ସ୍ୱଚ୍ଛ ସମ୍ମାନ’ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୟୁନିଟ-୩ ଅଞ୍ଚଳରେ ଥିବା ପ୍ରତିମୂର୍ତ୍ତୀରେ ‘ମାଲ୍ୟାର୍ପଣ’ କରାଯାଇଛି।

ସମ୍ବନ୍ଧିତ ଖବର