କଣ୍ଟେନର୍‌ ଭିତରୁ ଲକ୍ଷାଧିକ ଟଙ୍କାର ଲାପଟପ୍ ଲୁଟ୍‌

ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଞ୍ଚଳରେ ଇଲୋକ‌ଟ୍ରୋନିକ୍ସ ସୋ’ ରୁମ୍ ନିକଟରେ ଗୋଟିଏ କଣ୍ଟେନର ଭିତରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ଲାପଟପ (୮୬ କାର୍ଟୁନ୍‌) ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଲେଖାଏଁ କାର୍ଟୁନ ଭିତରେ ୬ରୁ ୭ଟି କରି ଛୋଟ ବଡ଼ ଲାପଟପ୍‌ ରହିଥିଲା। ଏତେ ସଂଖ୍ୟକ ଲାପଟପ୍‌କୁ ନେଇ ଯାଉଥିବା ଇନଭୋଟିକ ଲଜିଷ୍ଟିକ୍‌ କମ୍ପାନିର ପରିଚାଳକ ଆଜି ପର୍ବାହ୍ନରେ ଏ ସଂପର୍କରେ ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ସଂପୃକ୍ତ ଗାଡ଼ିର କର୍ମଚାରୀ ଓ ଡ୍ରାଇଭର୍‌ଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାନୁଯାୟୀ, ଏହି କଣ୍ଟେନର୍‌ ମୁମ୍ବାଇରୁ ଲାପଟପ ତଥା ଇଲୋକଟ୍ରୋନିକ୍ସ ସାମଗ୍ରୀ ନେଇ ପାହାଳ ଛକଠାରେ ଥିବା ଉକ୍ତ ସୋ’ ରୁମ୍‌ ନିକଟରେ ଗତ ରାତିରେ ପହଞ୍ଚିଥିଲା। ଗାଡ଼ିରୁ ସାମଗ୍ରୀ ଖାଲି କରିବା ସମୟରେ କେବଳ ଲାପଟପ୍‌ ଚୋରି ହୋଇଥିବା ସଂସ୍ଥାର ପରିଚାଳକ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର