ଜଳିଗଲା କାର୍‌ ଓ ୩ ଆକ୍ଟିଭା

ବାଲିପାଟଣା : ବାଲିପାଟଣା ବ୍ଲକ ବିଜେପି ସଭାପତି କୃଷ୍ଣ ଚନ୍ଦ୍ର କାଳିଆଙ୍କ ଫକୀରପଡ଼ାସ୍ଥିତ ବାସଭବନରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ କାର ଓ ମୋପେଡ୍‌ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। କୃଷ୍ଣ ଚନ୍ଦ୍ରଙ୍କ କହିବା ମୁତାବକ ତାଙ୍କ ପରିବାର ଲୋକେ ରାତି ପ୍ରାୟ ଗୋଟାଏ ପରେ ଶୋଇବାକୁ ଯାଇଥିଲେ। ପ୍ରାୟ ୩ଟା ବେଳେ ତାଙ୍କ ଛାତ ଘର ପାଖରେ ଥିବା ଗୋଟିଏ ଘରେ ଅଚାନକ ନିଆଁ ଲାଗିଯାଇଥିଲା। ସେହି ଘରେ ଥିବା କାର୍‌ରେ ନିଆଁ ଲାଗି କାରର କାଚ ପ୍ରଚଣ୍ଡ ଶଦ୍ଦ କରି ଫୁଟିଥିଲା। ଫଳରେ ତାଙ୍କର ନିଦ ଭାଙ୍ଗିଯାଇଥିଲା। ସେ ପଦାକୁ ଆସି ଦେଖନ୍ତି ତାଙ୍କ ଘରଟି ହୁତୁହୁତୁ ହୋଇ ଜଳୁଛି। ସେହି ଘରେ ଥିବା ତାଙ୍କର ଗୋଟିଏ ନୂଆ ଓ୍ଵାଗନ-ଆର କାର ଓ ୩ ଟି ଆକ୍ଟିଭା ଗାଡ଼ି ବି ଜଳୁଛି। ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ ଗାଡ଼ିଗୁଡ଼ିକ ଜଳିବା ସହ ଘରଟି ବି ସଂପୂର୍ଣ୍ଣ ଜଳିଯାଇଥିଲା। ଖବର ପାଇ ବାଲିପାଟଣା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତବେଳକୁ ଅଗ୍ନିକାଣ୍ଡରେ ପ୍ରାୟ ୬ଲକ୍ଷ ଟଙ୍କାରୁ ଊର୍ଧ୍ୱ ଟଙ୍କାର ଗାଡ଼ି ଓ ଘରଦ୍ୱାର ପୋଡ଼ି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧିତ ଖବର