ନାଲକୋର ହିନ୍ଦୀ ପକ୍ଷ ପାଳିତ

ଭୁବନେଶ୍ୱର: ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନି ଲିମିଟେଡ୍‌ (ନାଲକୋ) ପକ୍ଷରୁ ଏହାର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଓ ପ୍ରକଳ୍ପରେ ଗତ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଓ କର୍ମଚାରୀମାନଙ୍କୁ ଦୈନନ୍ଦିନ କାର୍ଯ୍ୟରେ ହିନ୍ଦୀ ଭାଷାର ଉପଯୋଗ କରିବା ପାଇଁ ଏହି ପକ୍ଷ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଯୋଗଦେଇ କହିଲେ, ହିନ୍ଦୀ ଭାଷା କେବଳ ଭାରତରେ ନୁହେଁ ଏହା ସମଗ୍ର ଦେଶ ବିଦେଶରେ ବିକାଶ ଲାଭ କରୁଛି। ସରଳ ହିନ୍ଦୀ ଭାଷାରେ ବୈଷୟିକ ଶବ୍ଦାବଳୀ ପ୍ରୟୋଗକୁ ଲୋକପ୍ରିୟ କରାଯିବାର ଆବଶ୍ୟକତା ରହିଛି। ଯାହା ଦ୍ୱାରା ବୈଷୟିକ କ୍ଷେତ୍ରରେ ମଧ୍ୟ ହିନ୍ଦୀର ନିୟମିତ ବ୍ୟବହାର ହୋଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ହିନ୍ଦୀ ଭାଷୀ ଓ ଅଣହିନ୍ଦୀ ଭାଷୀଙ୍କ ମଧ୍ୟରେ ହିନ୍ଦୀ ପ୍ରବନ୍ଧ ଲିଖନ, ବକ୍ତତା, ଟିପ୍ପଣୀ ଲିଖନ, ଶ୍ରୁତଲିଖନ ଓ କ୍ୱିଜ୍‌ ଆଦି ପ୍ରଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ହିନ୍ଦୀ ଦିବସ ସନ୍ଦେଶ ପାଠ କରାଯାଇଥିଲା। ନାଲକୋର ନିର୍ଦେଶକ ବି କେ ଠାକୁର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର