ଜୁନ୍‌ ୨ରେ ରୁଷ୍‌ରୁ ଆସିବେ ଓଡ଼ିଆ ଛାତ୍ରଛାତ୍ରୀ, ଆବୁଧାବିରୁ ଆସିଲେ ୧୨୨ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : ଆସନ୍ତା ଜୁନ୍‌ ୨ତାରିଖରେ ରୁଷ୍‌ରୁ ଏକ ସ୍ବତନ୍ତ୍ର ବିମାନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶା ଫେରିବାର ଯୋଜନା ଅଛି। ବନ୍ଦେ ଭାରତ ଯୋଜନାରେ ଏହି ଛାତ୍ରଛାତ୍ରୀଙ୍କୁ ଅଣାଯାଉଥିବାବେଳେ ବିମାନଟି ରୁଷ୍‌ରୁ ଗୌହାଟିକୁ ଆସିବ। ସେଠାରେ ଆସାମର ଛାତ୍ରଛାତ୍ରୀଙ୍କୁ ଓହ୍ଲାଇ ବିମାନଟି ଭୁବନେଶ୍ବର ଆସିବ। ୨ତାରିଖ ରାତିରେ ବିମାନଟି ପହଞ୍ଚିବ ବୋଲି ଜଣାପଡ଼ିଛି।

ଅପରପକ୍ଷେ ଆବୁଧାବିରେ ଫସି ରହିଥିବା ୧୨୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଇତିହାଡ୍‌ ଏୟାରୱେଜ୍‌ର ସ୍ବତନ୍ତ୍ର ବିମାନ ଆଜି ଭୁବନେଶ୍ବରରେ ପହଞ୍ଚିଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରବାସୀ ଓଡ଼ିଆମାନେ ଥିବାବେଳେ ସେମାନଙ୍କୁ ବନ୍ଦେ ଭାରତ ଯୋଜନାରେ ଓଡ଼ିଶାକୁ ଫେରାଇ ଅଣାଯାଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଇତିହାଡ୍‌ ଏୟାରୱେଜ୍‌ର ବିମାନଟି ଆଜି ରାତି ୮ଟା ୫ମିନିଟରେ ଅବତରଣ କରିଥିଲା। ଯାତ୍ରୀମାନେ ଓହ୍ଲାଇବା ପରେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରିବା ସହ ନାମ ପଞ୍ଜୀକରଣ କରି ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଯାଇଥିଲା। ‌ସବୁ କାମ ସାମାଜିକ ଦୂରତା ରଖି କରାଯାଇଥିଲା।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ଯୋଜନାରେ ପର୍ଯ୍ୟାୟ କ୍ରମେ ଚାରିଥରରେ ପ୍ରାୟ ତିନି ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଓଡ଼ିଶା ‌େଫରିଲେଣି। ଦୁବାଇରୁ ଦୁଇଟି ବିମାନ, ମାଲେସିଆରୁ ଗୋଟିଏ ଓ ଆବୁଧାବିରୁ ଗୋଟିଏ ବିମାନରେ ଓଡ଼ିଆମାନେ ଓଡ଼ିଶା ଫେରିଲେଣି।

ସମ୍ବନ୍ଧିତ ଖବର