ଆଦିବାସୀ ମେଳାରେ ଚୋରି

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ମେଳାକୁ ଟାର୍ଗେଟ କରିଛନ୍ତି ଚୋର। ଆଜି ସନ୍ଧ୍ୟାରେ ଦୁଇଟି ଚୋରି ହୋଇଥିବା ଖାରବେଳ ଥାନରେ ଅଭିଯୋଗ ହୋଇଛି। ଅତୀଶ ବାରିକଙ୍କ ପତ୍ନୀଙ୍କ ଭ୍ୟାନିଟି ଦୁର୍ବୃତ୍ତ ଝାମ୍ପି ନେଇଥିବା ‌ବେଳେ ଶଶାଙ୍କ ଶେଖର ରାଉତଙ୍କ ଏକ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି। ତେବେ କେତେକ ମୋବାଇଲ ଚୋରି ହୋଇଥିଲେ ମଧ୍ୟ ଥାନାକୁ ଅଭିଯୋଗ ଆସିନାହିଁ। ସନ୍ଧ୍ୟାରେ ପ୍ରବଳ ଭିଡ଼ ହେଉଥିବାରୁ ଗହଳିରେ ଲୁଟିବା ଚୋରକୁ ସହଜ ହେଉଛି।

ସମ୍ବନ୍ଧିତ ଖବର