ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ବାର୍ଷିକୋତ୍ସବ ‘ଉତ୍କଳିକା’

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୪୯ତମ ବାର୍ଷିକୋତ୍ସବ ‘ଉତ୍କଳିକା’ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭାଗୀୟ ମୁଖ୍ୟ ବିଷ୍ଣୁପ୍ରିୟା ଓତାଙ୍କ ସମେତ ପ୍ରଫେସର ମଣିନ୍ଦ୍ର କୁମାର ମେହେର, ରମେଶ କୁମାର ମଲ୍ଲିକ ଓ ରୁଦ୍ର ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମା’ ଦୁର୍ଗାଙ୍କ ସ୍ତୁତି ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା। ଏହାପରେ ଜାତୀୟତାବାଦୀ ନୃତ୍ୟନାଟିକା ସହ ନାଶା ନିବାରଣ ନେଇ ଏକ ନାଟକ ଓ ଆଧୁନିକ, ପାରମ୍ପରିକ ନୃତ୍ୟ ଗୀତରେ ପ୍ରେକ୍ଷାଳୟ କମ୍ପିଥିଲା। କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ସମ୍ପାଦକ ଦୀପୁନ ପୁହାଣ ପରିଚାଳନା କରିଥିବା ବେଳେ ସନ୍ଦୀପ ମହାପାତ୍ର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର