ଥାନା ଘେରିଲେ ଗ୍ରାମବାସୀ

ବାଲିଅନ୍ତା : ବାଲିଅନ୍ତା ପୁଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ରଣପୁର ଓ ସରକଣା ଉପରମୁଣ୍ଡ ସାହିର ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଥିଲେ। ଥାନା ଆଗରେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ବିକ୍ଷୋଭ ହେବାରୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ବାଲିଅନ୍ତା ଆଇଆଇସି ସୁଜିତ୍‌ ଦାସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ରଣପୁର ଗ୍ରାମରେ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ରଣପୁର ଓ ସରକଣା ଉପରମୁଣ୍ଡ ସାହି ଗ୍ରାମରେ ଉପୁଜିଥିବା ବିବାଦ ଆଜି ଉଗ୍ରରୂପ ନେଇଥିଲା। ଜେମା ଭୋଇଙ୍କ ଅଭିଯୋଗକୁ ଭିତ୍ତି କରି ବାଲିଅନ୍ତା ପୁଲିସ ନମ୍ବର ୨୫୮/୧୭ରେ ଏକ ମାମଲା ରୁଜୁ କରି ଆଜି ଗ୍ରାମର ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଥିଲା। ପ୍ରଦୀପଙ୍କ ଗିରଫ କରାଯିବା ଖବର ପାଇ ଗ୍ରାମବାସୀ ଥାନା ପରିସରରେ ପହଞ୍ଚି ପ୍ରତିବାଦ କରିଥିଲେ। ସେମାନେ ଅଭିଯୋଗ କରିଥିଲେ, ପ୍ରଦୀପଙ୍କୁ ଗିରଫ କରାଯାଇଥିବା ବେଳେ ଏହି ବିବାଦର ପ୍ରଚ୍ଛଦ ପଟରେ ଥିବା ଅସଲ ଅଭିଯୁକ୍ତଙ୍କୁ ପୁଲିସ ସହାନୁଭୂତି ଦେଖାଉଛି। ତେଣୁ ଅସଲ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସେମାନେ ଅଡ଼ି ବସିଥିଲେ। ଏହି ଅବସରରେ ଗ୍ରାମବାସୀମାନେ ଏକ ଅଭିଯୋଗପତ୍ର ଥାନାଧିକାରୀ ଶ୍ରୀ ଦାସଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର