ବିଶ୍ୱ ବାଇସାଇକେଲ୍‌ ଦିବସ ପାଳିତ

ଭୁବନେଶ୍ୱର: ପ୍ରଥମ ବିଶ୍ୱ ବାଇସାଇକେଲ୍‌ ଦିବସ ରାଜଧାନୀର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ହୋଇଯାଇଛି। ‘ଓ୍ଵି ଅଲ୍‌ ରାଇଡ୍‌ ବାଇସାଇକେଲ୍‌’ ପକ୍ଷରୁ ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର କୂଳ ଏକାମ୍ରବନରେ ଏବଂ ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ୍‌ ଆଡଭେଞ୍ଚର୍‌ କ୍ଲବ୍‌ (ବିସିଏସି) ପକ୍ଷରୁ ୟୁନିଟ୍‌-୬ ଓ କଟକ ଗ୍ରୁପର ନନ୍ଦନକାନନ ପରିସରରେ ଏହା ଆୟୋଜିତ ହୋଇଥିଲା। ଉଭୟ  ଅନୁଷ୍ଠାନ ପକ୍ଷରୁ ଡକ୍ଟର ପୀୟୂଷ ରଂଜନ ରାଉତ, ସଂଜୀବ ପଣ୍ଡା, ସାଇକ୍ଲିଷ୍ଟ୍‍ ମାରାଥନର୍‌ ଲଳିତ ଦାସ ପ୍ରମୁଖ ଜାତିସଂଘର ‘ବିଶ୍ୱ ବାଇସାଇକେଲ୍‌ ଦିବସ’ ଘୋଷଣାକୁ ସ୍ୱାଗତ କରିଥିଲେ। ସୁସ୍ଥ ରହିବା, ପରିବେଶକୁ ସୁସ୍ଥ ରଖିବାର ବାର୍ତା ନେଇ ଏହା ଶେଷ ହୋଇଥିଲା। ସାଇକେଲ ଚାଳନା ବେଳେ ମୃତ ବ୍ୟକ୍ତିଙ୍କ ପାଇଁ ଏକାମ୍ରବନରେ ଏକ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର