ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଥିବା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ଦୃଢ଼ ମନରେ କହିଛନ୍ତି ଯେ, ସେ ବିଜେପି ସରକାର ଗଢ଼ିବାକୁ ଅଟକାଇଦେବେ। ଏକ ଜାତୀୟ ଗଣମାଧ୍ୟମକୁ ଅଖିଳେଶ ସାକ୍ଷାତକାରରେ କହିଛନ୍ତି, ଏଥର ନୂଆଁ ସରକାର ଆସିବ। ଏଥର ନୂଆଁ ପ୍ରଧାନମନ୍ତ୍ରୀ ହେବେ। ସେ କହିଛନ୍ତି ଏଥର ମହାମେଣ୍ଟ ସରକାର ଗଢ଼ିବ। ଏଥର ଦେଶ ପରିବର୍ତ୍ତନ ଚାହୁଁଛି। ଅଢ଼େଇ ଜଣ ଲୋକ (ମୋଦି ଶାହା ଏବଂ ଯୋଗୀ) ଏକାଠି ହୋଇ ଲୋକଙ୍କୁ ହଇରାଣ କରିଛନ୍ତି। ଯେଉଁମାନେ ଜନତାଙ୍କୁ କଷ୍ଟ ଦେଇଛନ୍ତି। ସେହି ଜନତା ସରକାର ବଦଳାଇ ଦେଇପାରିବେ। ମୋଦି ସରକାର ନିଜର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି ବୋଲି ଅଖିଳେଶ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଖିଳେଶ ଯାଦବ କହିଛନ୍ତି, ଡବଲ ଇଞ୍ଜିନର ସରକାର ଉତ୍ତର ପ୍ରଦେଶର ବିକାଶ କରିପାରି ନାହିଁ। ଆମ ସରକାର ଦ୍ୱାରା କରାଯାଇଥିବା କାମର ଫିତା କାଟୁଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ସରକାର ଗରୀବ, ଚାଷୀ ଏବଂ ବେକାରୀଙ୍କ ପାଇଁ କ’ଣ କରିଛି। ବିଜେପି ପୂର୍ବରୁ ହିନ୍ଦୁ ହେବା ପାଇଁ ସାର୍ଟିଫିକେଟ ବାଣ୍ଟୁଥିଲା ଏବଂ ଏବେ ରାଷ୍ଟ୍ରଭକ୍ତିର ସାର୍ଟିଫିକେଟ ବାଣ୍ଟୁଛି। ପାକିସ୍ତାନ ଆମର ଶତ୍ରୁ ବୋଲି ଅଖିଳେଶ କହିଛନ୍ତି।
ଅଖିଳେଶ କହିଛନ୍ତି, ମାସୁଦ ଅଜହରଙ୍କ କଟକଣା ପ୍ରସଙ୍ଗରେ ସରକାର ବିଫଳ ହୋଇଛି। ଯିଏ ବି ଏହି ଦେଶରେ ରହୁଛି, ସମସ୍ତେ ରାଷ୍ଟ୍ରବାଦୀ। ମୁଁ କେବେ କହି ନାହିଁ ଯେ, ଚୌକିଦାର ଚୋର। ବିଶ୍ୱର ସବୁଠାର ବଡ଼ ପାର୍ଟି ବୋଲି କହୁଥିବା ଦଳର ଶିଷ୍ଟାଚାର କେମିତି। ବିଧାୟକଙ୍କୁ ସାଂସଦ ଜୋତା ମାଡ଼ କରୁଛି। ଦଳ ଡେଉଁଛି। ବିଜେପିର କିଛି ନେତା ଆମ ସଂପର୍କରେ ଅଛନ୍ତି।