କଂଗ୍ରେସ ମୁଖ୍ୟାଳୟରେ ଲାଗିଲା ପ୍ରିୟଙ୍କା ଗାନ୍ଧୀଙ୍କ ନାମଫଳକ; ଆଜି ଠାରୁ ଆରମ୍ଭ କରିବେ ରାଜନୈତିକ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ନିଯୁକ୍ତ ହେବା ପରେ ବିଦେଶ ଗସ୍ତରେ ଯାଇଥିବା ପ୍ରିୟଙ୍କା ଗାନ୍ଧୀ ଗତକାଲି ଫେରିଛନ୍ତି ।  ବିଦେଶରୁ ଫେରିବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ତୁଗଲକ ରୋଡ଼ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ଆଜି ପ୍ରିୟଙ୍କା ଗାନ୍ଧୀ ବିଧିବଦ୍ଧ ଭାବେ କଂଗ୍ରେସ ମହାସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହାବ୍ୟତୀତ କଂଗ୍ରେସ ମୁଖ୍ୟାଳୟରେ ତାଙ୍କର ନାମଫଳକ ଲଗାଯାଇଛି । ନାମଫଳକରେ ଲେଖାଯାଇଛି ‘ପ୍ରିୟଙ୍କା ଗାନ୍ଧୀ ଭଦ୍ରା,ମହାସଚିବ’ । ସୋମବାର ବିଦେଶ ଗସ୍ତରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ରାଜନୈତିକ ବୈଠକରେ ଭାଗ ନେବେ ପ୍ରିୟଙ୍କା ।

ସୂଚନା ଅନୁସାରେ, ଆଜି ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସହ ଏକ ବୈଠକରେ ଯୋଗଦେବେ । ଏହାବ୍ୟତୀତ କିଛି ନେତାଙ୍କ ସହ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ମଧ୍ୟ କରିବେ । ଆଜି ସନ୍ଧ୍ୟା ୫.୩୦ରେ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ,ଉତ୍ତର ପ୍ରଦେଶର  କିଛି ନେତାଙ୍କୁ ସାକ୍ଷାତ କରିବେ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛନ୍ତି । ତାଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପଶ୍ଚିମ ଉତ୍ତର ପ୍ରଦେଶର ଦାହିତ୍ୱ ଦେଇଛନ୍ତି । କଂଗ୍ରେସ ଦଳ ଉତ୍ତର ପ୍ରଦେଶରେ ସମସ୍ତ ୮୦ ଲୋକସଭା ଆସନର ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର