ହେଲିକପ୍ଟର ଉଡ଼ାଣକୁ ମିଳିଲାନି ଅନୁମତି, ଭୁବନେଶ୍ୱର ବିମାନବନ୍ଦରରୁ ଟେଲିଫୋନ୍‌ରେ ଭାଷଣ ଦେଲେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଏବଂ ଫୁଲବାଣୀ ଯିବାକୁ ଅନୁମତି ମିଳିନାହିଁ। ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ହେଲିକପ୍ଟରକୁ ଉଡାଣ ପାଇଁ ଅନୁମତି ନ ମିଳିବା ପରେ ଯୋଗୀ ଆଦିତ୍ୟନାଥ ଶନିବାର ଟେଲିଫୋନ୍‌ରେ ଭାଷଣ ଦେଇଛନ୍ତି।

ଯୋଗୀଙ୍କ ହେଲିକପ୍ଟରରେ ନାଇଟ ଭିଜନ ନଥିବାରୁ ବିମାନବନ୍ଦର କର୍ତ୍ତୃପକ୍ଷ ହେଲିକପ୍ଟର ଉଡାଣକୁ ଅନୁମତି ଦେଇ ନାହାନ୍ତି। ଅନ୍ୟପକ୍ଷରେ ଯୋଗୀ ଠିକ ସମୟ ମଧ୍ୟରେ ବ୍ରହ୍ମପୁର ଓ ଫୁଲବାଣୀ ଯିବାର ସମ୍ଭବ ହୋଇ ପାରି ନଥିବାରୁ ସେ ଟେଲିଫୋନରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି।

ସୂଚନାଯୋଗ୍ୟ ଯୋଗୀ ଆଦିତ୍ୟନାଥ ଆଜି ବ୍ରହ୍ମପୁର ଗସ୍ତ କରି ସେଠାରେ ବିବେକ ବିହାରରେ ଆୟୋଜିତ ଦଳୀୟ ସଭାସ୍ଥଳରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ବ୍ରହ୍ମପୁରର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ କନ୍ଧମାଳର ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପାଇଁ ଯୋଗୀ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ଷ୍ଟାର ପ୍ରଚାରକ ବ୍ରହ୍ମପୁର ଓ ଫୁଲବାଣୀରେ ଅନୁପସ୍ଥିତ ରହିବା ପରେ ସମର୍ଥକଙ୍କ ମନରେ ଆଘାତ ପହଂଚିଛି।

ସମ୍ବନ୍ଧିତ ଖବର