ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ସନ୍ତାନର ଜନ୍ମ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚୀନରେ ଏକ ଏଭଳି ଶିଶୁର ଜନ୍ମ ହୋଇଛି ଯାହାର ମାତା-ପିତାଙ୍କ ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାର ୪ବର୍ଷ ପରେ ମାତା-ପିତାଙ୍କର ସନ୍ତାନ ଜନ୍ମ ନେଇଛି। ଯିଏବି ଏହି ଘଟଣା ସମ୍ପର୍କରେ ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଚମତ୍କାର କିପରି ହେଲା।

ଚାଇନା ମିଡିଆ ମୁତାବକ, ୨୦୧୩ରେ ଦମ୍ପତି ଆଇବିଏଫ ମାଧ୍ୟମରେ ଏକ ସନ୍ତାନ ଜନ୍ମ କରିବା ପାଇଁ ଭୃଣ ଜମା କରିଥିଲେ। ପିଲା ଜନ୍ମ ହେବା ପୂର୍ବରୁ ପିତା-ମାତାଙ୍କ ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା। ପୁଅବୋହୂଙ୍କ ମୃତ୍ୟୁ ପରେ ପରେ ତାଙ୍କ ପିତା-ମାତାଙ୍କୁ ଭୃଣ ପାଇଁ ଆଇନ ସହ ବହୁ ଲଢ଼େଇ କରିବାକୁ ପଡ଼ିଥିଲା। ଏହି ମାମଲା ଦୀର୍ଘ ସମୟ ଧରି ଚାଲିବା ହେତୁ ଭୃଣକୁ ଚାଇନାର ନାନଜିଙ୍ଗ ହସ୍‌ପିଟାଲରେ -୧୯୬ଡିଗ୍ରୀରେ ସଂରକ୍ଷିତ କରି ରଖା ଯାଇଥିଲା। ଏହାପରେ ଲାଓସରେ ଭୃଣକୁ ସରେଗେଟ ମର୍ଦରଙ୍କ ଗର୍ଭରେ ରଖାଗଲା। ୨୦୧୭ ଡିସେମ୍ବର ମାସରେ ସନ୍ତାନ ଜନ୍ମ ନେଇଥିଲା। ତାହାର ନାମ ରଖାଗଲା ଟିଏଟିଏନ୍‌। କିନ୍ତୁ ପିଲା ଜନ୍ମ ପରେ ତାକୁ ଚାଇନା ନାଗରିକତା ଦିଆଗଲା ନାହିଁ। ପିଲାକୁ ଟୁଇରିଷ୍ଟ ଭିସା ଜରିଆରେ ଚାଇନା ଅଣାଗଲା। ଜେଜେବାପା ଓ ଜେଜେମା’ଙ୍କ ଡିଏନ୍‌ଏମ୍‌ଏ ପରୀକ୍ଷା ପରେ ଟିଏଟିଏନ୍‌ଙ୍କୁ ତାଙ୍କ ଉତ୍ତରାଧୀକାରୀ ବୋଲି ଘୋଷଣା କରାଗଲା।

ସମ୍ବନ୍ଧିତ ଖବର