ମଳମାସରେ ଏସବୁ କାମ କରାଯାଏନା , କାରଣ ଜାଣନ୍ତି କି !

ଜାଣନ୍ତୁ କାହିଁକି ଶୀଘ୍ର ସରୁଛି ମଳମାସ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ବିଶେଷତ୍ୱ ରହିଛି। ଏଥିପାଇଁ ପ୍ରତି ମାସରେ ଶୁଭ-ଅଶୁଭର ମଧ୍ୟ ଧ୍ୟାନ ରଖା ଯାଇଥାଏ। ହିନ୍ଦୁ ଧର୍ମରେ ମଳ ମାସ ବୋଲି ଏକ ମାସ ଅଛି ବୋଲି ଅନେକଙ୍କୁ ଜଣା। ଏହି ମଳମାସରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରାଯିବା ଅନୁଚିତ। ଏହାକୁ ଶାସ୍ତ୍ର ବିରୁଦ୍ଧ ବୋଲି ମଧ୍ୟ କୁହାଯାଏ।
ମଳ ମାସରେ ଗୃହ ପ୍ରବେଶ କାର୍ଯ୍ୟ କରାଯାଇନଥାଏ। ଯଦି କେହି ନୂତନ ଗୃହ ନିର୍ମାଣ କରିଥାନ୍ତି, ତେବେ ଏହି ମାସରେ ସେହି ଘରେ ରହିବାର ଯୋଜନା ପରିତ୍ୟାଗ କରିବା ଉଚିତ।

ଠିକ୍‌ ସେହିପରି ମଳ ମାସରେ ବିବାହ, ବ୍ରତୋପନୟନ ଭଳି ଶୁଭ ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରିବାକୁ ବାରଣ କରାଯାଏ। ମଳମାସ ସମୟରେ ଘରେ କୌଣସି ପୂଜାର୍ଚ୍ଚନାର ଆୟୋଜନ ମଧ୍ୟ ଅନୁଚିତ ବୋଲି କୁହାଯାଏ। ଖାଲି ସେତିକି ନୁହେଁ ଘରେ କୌଣସି ଆନନ୍ଦ ଆସର ମଧ୍ୟ ରଖାଯିବ ମଧ୍ୟ ଉଚିତ ନୁହେଁ ବୋଲି କୁହାଯାଏ। ଏହି ମାସରେ ବିଦ୍ୟାରମ୍ଭ ମଧ୍ୟ କରା ଯାଇ ନଥାଏ।

photo-speaking tree

ମଳ ମାସ ୨୦୧୮ ମଇ ୧୬ ତାରିଖରୁ ଆରମ୍ଭ ହୋଇ ଯାଇଛି। ଏହା ଜୁନ୍‌ ୧୩ ତାରିଖରେ ସରିବ। ମଳ ମାସକୁ ପୁରୁଷୋତ୍ତମ ମାସ ବୋଲି ମଧ୍ୟ କୁହାଯାଏ।
ସାଧାରଣତଃ ମଳ ମାସ ପୂର୍ଣ୍ଣିମା ଯାଏଁ ରହିଥାଏ। ଜୁନ୍‌ ମାସରେ ପୂର୍ଣ୍ଣିମା ୨୮ ତାରିଖ ରେ ପଡୁଛି। କିନ୍ତୁ ଏଥର ଜୁନ୍‌ ୧୩ରେ ମଳ ମାସ ସମାପ୍ତ ହେଉଛି।
ମଳ ମାସରେ ସୂର୍ଯ୍ୟଙ୍କ ଶକ୍ତି ଓ ବୃହସ୍ପତିଙ୍କ ବଳ କ୍ଷୀଣ ହୋଇଥାଏ। ଏଣୁ ଏହି ମାସରେ ଶୁଭାଶୁଭ କାର୍ଯ୍ୟ ବନ୍ଦ ରହିଥାଏ।

ସମ୍ବନ୍ଧିତ ଖବର