ନାଏବ ତହସିଲ ପଦର ପରୀକ୍ଷା ପାଇଁ ଗଧ ନାମରେ ଜାରି ହୋଇଥିଲା ଆଡ୍‌ମିଟ୍‌ କାର୍ଡ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏପ୍ରିଲ ୨୯ ତାରିଖରେ ନାଏବ ତହସିଲ ପଦର ପରୀକ୍ଷା ଥିଲା। ଏଥିପାଇଁ ଜାରି କରାଯାଇଥିବା ଏକ ଆଡମିଟ୍‌ କାର୍ଡକୁ ନେଇ ଜମ୍ମୁ-କଶ୍ମୀର ସର୍ଭିସ୍‌ ସିଲେକ୍‌ସନ୍‌ ବୋର୍ଡ (ଜେକେଏସ୍‌ଏସ୍‌ବି)ର ଅବହେଳାର ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ସାମ୍ନାକୁ ଆସିଛି। ନାଏବ ତହସିଲଦାର ଭର୍ତ୍ତି ପରୀକ୍ଷା ପାଇଁ କଚୁର ଖାର୍‌ ନାମକ ଗଧର ପ୍ରବେଶ ପତ୍ର ବୋର୍ଡ ଜାରି କରିବା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏହି ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ୨୦୧୫ରେ ପଲିଟେକ୍‌ନିକ୍‌ର ଡିପ୍ଲୋମା ପରୀକ୍ଷାର ପ୍ରବେଶ ପତ୍ରରେ ଗାଈ ନାମର ଏକ ଆଡମିଟ୍‌ କାର୍ଡ ଜାରି କରାଯିବା ଘଟଣା ସାମ୍ନାକୁ ଆସିଥିଲା।

ଟୁଇଟର ଓ ଫେସ୍‌ବୁକ୍‌ରେ ଗଧର ଏହି ଆଡମିଟ୍‌ କାର୍ଡକୁ ନେଇ ଫଟୋ ଭାଇରାଲ ହୋଇଛି। ଏହି ଫଟୋକୁ ଲଗାତାର ସେୟାର କରାଯାଉଥିବାର ଦେଖିବାକୁ ମିଳିଛି। ଏହି ପ୍ରବେଶ ପତ୍ରରେ ଗଧର ଫଟୋ ଲାଗିଛି। ଏହି ତ୍ରୁଟି ଉପରେ ଟିପ୍ପଣୀ ଦେବା ପାଇଁ ବୋର୍ଡକୁ ଫୋନ୍‌ କରାଯାଇଥିଲେ ହେଁ ସେ ଫୋନ୍‌ର କୌଣସି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର