ମଶା କେଉଁ ବ୍ଲଡ୍‌ ଗ୍ରୁପର ଲୋକଙ୍କୁ ଅଧିକ କାମୁଡିଥାଏ ?

ସାଧାରଣରେ ଆମେ ଭାବୁ ଯେ ମଶା ସମସ୍ତଙ୍କୁ କାମୁଡ଼ିଥାଏ । ହେଲେ ଏକ ଗବେଷଣାରୁ ଜଣାଯାଇଛି ଯେ ମଶା ପ୍ରାୟତଃ ୨୦ ପ୍ରତିଶତ ଲୋକଙ୍କ ଆଡ଼କୁ ଅଧିକ ମାତ୍ରାରେ ଆକର୍ଷିତ ହୋଇଥାଏ। ତେବେ ଜାଣନ୍ତି , ଏହି ଗବେଷଣାରେ କୁହାଯାଇଥିବା ସେହି ୨୦ ପ୍ରତିଶତ ଲୋକମାନଙ୍କ ମଧ୍ୟରେ ରହିଥିବା କିଛି ଲୋକ ହେଉଛନ୍ତି ଏକ ନିର୍ଦ୍ଧିଷ୍ଟ ବ୍ଲଡ୍‌ ଗ୍ରୁପର।

ହଁ ,‘ଏ ପଜିଟିଭ୍‌ ବ୍ଲଡ୍‌ ଗ୍ରୁପ’ ‘ଓ-ବ୍ଲଡ୍‌ଗ୍ରୁପ୍‌’ର ବ୍ୟକ୍ତିଙ୍କୁ ସବୁଠାରୁ ଅଧିକ ମଶା କାମୁଡିଥାନ୍ତି। ସାଧାରଣତଃ ‘ରକ୍ତ’ ମଶାମାନଙ୍କ ଲାଗି ସବୁ କିଛି ହୋଇଥାଏ। ଆଉ ଯଦି ସିଧାସଳଖ କୁହାଯାଏ ତ ମଶାଙ୍କ ଲାଗି ‘ରକ୍ତ’ ଅମୃତ ସମାନ ଅଟେ। ଏହି କାରଣକୁ ନେଇ ବୟସ୍କ ମଶାମାନଙ୍କ ଲାଗି ଏହା ପ୍ରୋଟିନ୍‌ ଭଳି କାର୍ଯ୍ୟ କରିଥାଏ।ମାଇ ମଶାମାନେ ସେମାନଙ୍କର ଅଣ୍ଡା ଦେବାକୁ ଯାଇ ମନୁଷ୍ୟର ‘ରକ୍ତ’ରେ ରହିଥିବା ପ୍ରୋଟିନ୍‌ରୁ ପୋଷଣ ତତ୍ତ୍ୱକୁ ପ୍ରାପ୍ତ କରିଥା’ନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାରେ ବି କୌଣସି କଥା ନାହିଁ । ହେଲେ କିଛି ବ୍ଲଡ୍‌ ଗ୍ରୁପ୍‌ ଏମିତି ବି ରହିଛି ଯାହାକି ମଶାମାନଙ୍କର ଅଧିକ ପ୍ରିୟ ହୋଇଥାଏ। ଯାହାଙ୍କୁକି ସେ ତାଙ୍କ ନିଜର ଲକ୍ଷ୍ୟ ବନାଇଥା’ନ୍ତି।

ତେବେ ଏହି ଶ୍ରେଣୀର ବ୍ଲଡ୍‌ଗ୍ରୁପ୍‌ରେ ସବୁଠୁଁ ଆଗରେ ରହିଛନ୍ତି ‘ଓ-ବ୍ଲଡ୍‌ଗ୍ରୁପ୍‌’ ଓ ,‘ଏ ପଜିଟିଭ୍‌ ବ୍ଲଡ୍‌ ଗ୍ରୁପ’ରର ଲୋକ। କାରଣ ‘ଏ-ବ୍ଲଡ୍‌ଗ୍ରୁପ୍‌’ଙ୍କ ତୁଳନାରେ ମଶାମାନଙ୍କୁ ‘ଓ-ବ୍ଲଡ୍‌ଗ୍ରୁପ୍‌’ର ଲୋକେ ଅଧିକ ଆକର୍ଷିତ କରନ୍ତି। ଯେଉଁଠାରେ କି ‘ବି-ବ୍ଲଡ୍‌ଗ୍ରୁପ୍‌’ର ଲୋକଙ୍କୁ ମଶାମାନେ ଆପାତତଃ ସାମାନ୍ୟ ଭାବରେ କାମୁଡ଼ନ୍ତି।

ସମ୍ବନ୍ଧିତ ଖବର