Sambad is now on WhatsApp
Join and get latest news updates delivered to you via WhatsApp
ସ୍ମାର୍ଟ୍ଫୋନ୍ରେ ଏମିତି ବହୁ ସେଟିଙ୍ଗ୍ ଅଛି ଯାହା ସର୍ବଦା ଅନ୍ ରହିଥାଏ। ଏହି ସେଟିଙ୍ଗ୍ ସ୍ମାର୍ଟ୍ଫୋନ୍ର ବ୍ୟାଟେରି, ଡାଟା ଓ ସୁରକ୍ଷାକୁ କ୍ଷତି ପହଞ୍ଚାଇଥାଏ। ବେଳେବେଳେ ଏହି ସେଟିଙ୍ଗ୍ ପ୍ରଥମରୁ ହିଁ ଅନ୍ ଓ କେତେବେଳେ ଅଜାଣତରେ ଆମେ ବି ଅନ୍ କରିଦେଇଥାଉ। ଏହାକୁ ଅଫ୍ ରଖିବା ଉଚିତ୍, ଜାଣନ୍ତୁ ୩ଟି ଷ୍ଟେପ୍ରୁ ଏହି ସେଟିଙ୍ଗ୍କୁ କେମିତି କରିବେ ଅଫ୍….
ଫୋନ୍ ସେଟିଙ୍ଗ୍କୁ ଯାଇ ଗୁଗଲ୍ (Google)କୁ ଯାଆନ୍ତୁ। ଗୁଗଲ୍ ଅପ୍ସନ୍ ସମସ୍ତ ଫୋନ୍ରେ ଅଲଗା-ଅଲଗା ଭାବରେ ରହିଥାଏ, କିନ୍ତୁ ଏହି ସେଟିଙ୍ଗ୍ ସମସ୍ତ ସ୍ମାର୍ଟ୍ଫୋନ୍ରେ ଥାଏ ନିଶ୍ଚୟ।
ଏଥିରେ ଆପଣଙ୍କୁ ପ୍ଲେ ଗେମ୍ସ (Play Games) ଅପ୍ସନ୍ ମିଳିବ, ଏଥିରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆପଣଙ୍କୁ ୨ଟି ସେଟିଙ୍ଗ୍ ଦେଖାଯିବ। ‘Sign in to games Automatically’ ଓ ‘Use this account to sign in’, ଉଭୟ ସେଟିଙ୍ଗ୍କୁ ସର୍ବଦା ଅଫ୍ ରଖନ୍ତୁ।
ଯଦି ଆପଣ ଏହି ସେଟିଙ୍ଗ୍ ଅନ୍ ରଖି କୌଣସି ଗେମ୍ ଡାଉନ୍ଲୋଡ଼୍ କରିଲେ ସେଥିରେ ଅଟୋମ୍ୟାଟିକ୍ ସାଇନ୍ ଇନ୍ ହୋଇଯିବ ଓ ଫୋନ୍ର ଡାଟା ଓ ବ୍ୟାଟେରୀ କଣ୍ଟିନିଅସ୍ ଖର୍ଚ୍ଚ ହେଉଥିବ।
ସ୍କ୍ରଲ୍ କରିଲା ପରେ ଆପଣଙ୍କୁ Request Notificationର ଅପ୍ସନ୍ ଦେଖାଯିବ, ସେହି ସେଟିଙ୍ଗ୍କୁ ବି ମଧ୍ୟ ଅଫ୍ କରିଦିଅନ୍ତୁ। ଏହାକୁ ଅନ୍ ରଖିଲେ ଆପଣଙ୍କୁ କଣ୍ଟିନିଅସ୍ ଗେମ୍ ସହ ଜଡ଼ିତ ନୋଟିଫିକେସନ୍ ଆସୁଥିବ। ଏଥିଯୋଗୁଁ ମଧ୍ୟ ଫୋନ୍ର ଡାଟା ଓ ବ୍ୟାଟେରି ଖର୍ଚ୍ଚ ହେବ।