ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାକୁ ଆସୁଥିବା ଛାତ୍ରକୁ ଏମିତି ରକ୍ଷା କଲେ ଟ୍ରେନ୍‌ ଚାଳକ

ବେଙ୍ଗଲୁରୁ:ମାଆ ସ୍କୁଲରେ ପହଞ୍ଚିବା ପାଇଁ ଡେରି କରିବାରୁ ତାଙ୍କର ଦଶମ ଶ୍ରେଣୀରେ ପଢୁଥିବା ପୁଅ ନେଲା ଏକ କଠୋର ପଦକ୍ଷେପ। ଏହି ଛାତ୍ରଜଣକ ମେଟ୍ରୋ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି।
ପୁଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ୧୮ ବର୍ଷୀୟ ଛାତ୍ରକୁ କିନ୍ତୁ ରକ୍ଷା କରାଯାଇଛି। ମେଟ୍ରୋର ସତର୍କ ଟ୍ରେନ୍‌ ଚାଳକ ମଡିଉଲପ୍ପା ଛାତ୍ରଟି ଟ୍ରେନ ସାମ୍ନାକୁ ଡେଉଁଥିବାର ଦେଖି ତତ୍‌କ୍ଷଣାତ୍‌ ଟ୍ରେନକୁ ବ୍ରେକ୍‌ ନେଇଥିଲେ। ଏହା ଫଳରେ ଛାତ୍ରଜଣକ ରକ୍ଷା ପାଇଥିଲେ,ତେବେ ରେଳ ଲାଇନ ଉପରେ ପଡ଼ିଯାଇଥିବା ଯୋଗୁଁ ତା’ର ମୁଣ୍ଡରେ ଆଘାତ ହୋଇଛି। ପୀଡିତାକୁ ଚିକିତ୍ସା ଲାଗି ନେସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସେସ୍‌(ନିମ୍‌ହାନ୍‌ସ)ରେ ଭର୍ତ୍ତି କରାଯାଇଛି। ଛାତ୍ରର ପିତାମାତାଙ୍କର ଟେଲରିଂ ଦୋକାନ ଅଛି। ଏହି ଖବର ପାଇବା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ଆହତ ଛାତ୍ରକୁ ହସ୍ପିଟାଲରେ ଯାଇ ଭେଟିଥିଲେ।

ସମ୍ବନ୍ଧିତ ଖବର