ପର୍ଥ ଟେଷ୍ଟ: ମଧ୍ୟାହ୍ନ ଭୋଜନ ପରେ ସାମିଙ୍କ କମାଲ, ୭ରନ୍‌ ବ୍ୟବଧାନରେ ଅଷ୍ଟ୍ରେଲିଆର ୩ ଓ୍ଵିକେଟ ପତନ

ପର୍ଥ : ପର୍ଥ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ୪୩ ରନର ଅଗ୍ରଣୀ ସହିତ ଦ୍ୱିତୀୟ ଇନିଙ୍ଗ୍‌ସ ବ୍ୟାଟିଂ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଦଳ ୪ର୍ଥ ଦିନ ଖେଳ ଆରମ୍ଭ ବେଳକୁ ୪ ଓ୍ଵିକେଟ ହରାଇ ୧୩୨ରନ୍‌ ସ୍କୋର କରି ଗୁରୁତ୍ୱପୂର୍ଣ୍ଣ ୧୭୫ ରନ୍‌ର ଅଗ୍ରଣୀ ନେଇଥିଲା। ଆଉ ୪ର୍ଥ ଦିନ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତୀୟ ବୋଲରମାନଙ୍କୁ କୌଣସି ସୁଯୋଗ ନ ଦେଇ ଦେଶ ଦୃଢ଼ସ୍ଥିତିରେ ପହଞ୍ଚି ଯାଇଛି ଆଷ୍ଟ୍ରଲିଆ। ଅଷ୍ଟ୍ରେଲିଆ ଦଳ ମଧ୍ୟାହ୍ନ ଭୋଜନ ବେଳକୁ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ ସଂଗ୍ରହ କରି ନେଇଥିଲା। ତେବେ ମଧ୍ୟାହ୍ନ ଭୋଜନ ବିରତି ପରେ ମହମ୍ମଦ ସାମୀ ଲଗାତର ଦୁଇଟି ଓ୍ଵିକେଟ ନେଇ ଭାରତୀୟ ଶିବିରରେ ଉତ୍ସାହ ଭରି ଦେଇଥିଲେ। ୭୯ତମ ଓଭରର ୫ମ ବଲରେ ମହମ୍ମଦ ସାମୀ ପ୍ରଥମେ ଅଧିନାୟକ ପାଇନେଙ୍କୁ କୋହଲିଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଦଳ ପାଇଁ ୫ମ ସଫଳତା ଆଣି ଦେଇଥିଲେ। ପରବର୍ତ୍ତର୍ୀ ବଲରେ ଫିଞ୍ଚଙ୍କୁ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ ଆଉଟ୍‌ କରି ସାମୀ ଭାରତକୁ ୬ଷ୍ଠ ସଫଳତା ଦେଇଛନ୍ତି। ସେହିପରି ୮୨ତମ ଓଭରରେ ସାମି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଖଓ୍ଵାଜା(୭୨ ରନ)ଙ୍କୁ ପନ୍ଥଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ କରି ଭାରତକୁ ୭ମ ସଫଳତା ଦେଇଛନ୍ତି। ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆ ଦଳ ୭ ଓ୍ଵିକେଟ ହରାଇ ୧୯୮ ରନ୍‌ ସଂଗହ କରି ମୋଟ୍‌ ୨୪୧ ରନ୍‌ର ଅଗ୍ରଣୀ ହାସଲ କରି ନେଇଛି।

ସମ୍ବନ୍ଧିତ ଖବର