ବିଶ୍ୱକପ ହକି : ସ୍ପେନ-ଫ୍ରାନ୍ସ ମ୍ୟାଚ ୧-୧ରେ ଡ୍ର

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ୱ କପ ହକି ପୁଲ-ଏର ଏକ ମ୍ୟାଚ ଫ୍ରାନ୍ସ ସ୍ପେନ ସହ ପଏଣ୍ଟ ଭାଗ କରିଛି । ଏକ ତୀବ୍ର ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚ ୧-୧ ସହିତ ସମାପ୍ତ ହୋଇଥିଲା । ଫ୍ରାନ୍ସ ଦଳ ପ୍ରସଂଶନୀୟ ଖେଳ ଦେଖାଇ ଶକ୍ତିଶାଳୀ ସ୍ପେନ ସହ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇପାରିଛି ।

ଫ୍ରାନ୍ସ ପକ୍ଷରୁ ପ୍ରଥମେ  ଗୋଲ ଦିଆଯାଇଥିଲା, ତେବେ ସ୍ପେନ ପକ୍ଷରୁ ଏକ ଗୋଲ ଦିଆଯାଇ ସ୍କୋରକୁ ସମାନ କରାଯାଇଥିଲା ।  ମ୍ୟାଚ ଆରମ୍ଭ ହେବାର ୬ ମିନିଟ ପରେ ଫ୍ରାନ୍ସ ତରଫରୁ ତିମୋଥି କ୍ଲେମେଣ୍ଟ ପ୍ରଥମ ଗୋଲ ଦେଥିବାବେଳେ ୪୮ ତମ ମିନିଟରେ ସ୍ପେନ ତରଫରୁ ଆରଭାରୋ ଇଗ୍ଲେସିସ ଗୋଲ ଦେଇ ସ୍ଥିତିକୁ ବରାବର କରିଥିଲେ । ମ୍ୟାଚର ପ୍ରଥମ ଭାଗ ଶେଷ ସୁଦ୍ଧା ସ୍ଥିତି ୧-୧ରେ ରହିଥିଲା । ୨ୟ ଭାଗରେ ଉଭୟ ପକ୍ଷରୁ ଘନ ଘନ ଆକ୍ରମଣ କରାଯିବା ସତ୍ତ୍ୱେ କୌଣସି ଦଳ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ ।

ଆଜି ପର୍ଯ୍ୟନ୍ତ ସ୍ପେନ ଓ ଫ୍ରାନ୍ସ ମଧ୍ୟରେ ୧୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିବାବେଳେ ସେଥିମଧ୍ୟରୁ ସ୍ପେନ ୬ଟିରେ ବିଜୟ ହାସଲ କରିଛି ଓ ଆଜିକୁ ମିଶାଇ ୩ଟି ମ୍ୟାଚ ଡ୍ର ରହିଛି । ଗୋଟିଏ ମ୍ୟାଚରେ ଫ୍ରାନ୍ସ ଜିତିଛି ।

ସମ୍ବନ୍ଧିତ ଖବର