ସବୁ ମଣିଷ ସମାନ ବୋଲି ବାର୍ତ୍ତା ଦେବା ପାଇଁ କିନ୍ନରଙ୍କ ମେଳରେ ଶାଢ଼ି ପିନ୍ଧିଲେ ଗୌତମ ଗମ୍ଭୀର

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର କ୍ରିକେଟ୍‌ ତାରକା ଗୌତମ ଗମ୍ଭୀର ହୁଏତ ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଖେଳୁନଥାଇ ପାରନ୍ତି ମାତ୍ର ତାହାର ଅର୍ଥ ଏୟା ନୁହେଁ ଯେ ସେ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ହୋଇପାରିବେ ନାହିଁ। ତାଙ୍କର ମାନବିକତା, ସମାଜସେବା ଓ ଉଦାରତା ପାଇଁ ସେ ପ୍ରାୟତଃ ଚର୍ଚ୍ଚାରେ ରହୁଥାନ୍ତି। ଏବେ ସେହିପରି କିଛି ନୂଆ କରି ଚର୍ଚ୍ଚାରେ ଗମ୍ଭୀର।

ପୂର୍ବରୁ ଆପଣ ଗୋବିନ୍ଦାଙ୍କଠାରୁ ଆରମ୍ଭ କରି ବହୁ ବଲିଉଡ୍‌ ଓ ଓଲିଉଡ୍‌ର କଳାକାରମାନେ ନାରୀ ବେଶ ଧାରଣ କରିଥିବା ଆପଣ ଦେଖିଥିବେ ନିଶ୍ଚୟ। ମାତ୍ର କେବେ କୌଣସି କ୍ରିକେଟ୍‌ ତାରକାଙ୍କୁ ଆପଣ ଏପରି ବେଶରେ ଦେଖିନଥିବେ ହୁଏତ। ଫଟୋଟିରେ ଆପଣ ଦେଖିପାରୁଥିବେ ଯେ ଗୌତମ କିଭଳି ଭାବେ ଶାଢ଼ି ପରିଧାନ କରିଛନ୍ତି।

ଗୌତମ ଗମ୍ଭୀର କିନ୍ନରମାନଙ୍କର ଉତ୍ସବ ‘ହିଜର୍‌ ହବା’ର ସପ୍ତମ ସଂସ୍କରଣ ଉନ୍ମୋଚନ କରି ସେମାନଙ୍କୁ ସମର୍ଥନ କରି ଶାଢ଼ି ପିନ୍ଧିଛନ୍ତି। ଏହି ଉତ୍ସବକୁ ଆରମ୍ଭ କରିଛି ସେମାରି ସୋସାଇଟି। ଗୌତମ ଗମ୍ଭୀର ଉତ୍ସବରେ ପହଞ୍ଚିବା ପରେ ସେ ବି କିନ୍ନରମାନଙ୍କ ପରି ପୋଷାକ ପିନ୍ଧି ସେମାନଙ୍କୁ ସମର୍ଥନ କରିଥିବା ବେଳର ଫଟୋ ଭାଇରାଲ୍‌ ହୋଇଛି।

କିନ୍ନରମାନେ ଆଜିକାଲି ସମାଜରେ ବିଭିନ୍ନ ପ୍ରକାରର ଅସମାନତା ଅନୁଭବ କରୁଥିବା ବେଳେ ସବୁ ମଣିେ ସମାନ ବୋଲି ବାର୍ତ୍ତା ପ୍ରଦାନ କରିବା ଗମ୍ଭୀରଙ୍କର ଏହା ଏକ ଶୈଳୀ ବୋଲି ଧରିପାରନ୍ତି।

ସମ୍ବନ୍ଧିତ ଖବର