କୋହଲିଙ୍କ ପାଖରେ ନିଆରା ସୁଯୋଗ

ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ବିବେଚିତ ହେଉଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ୨୦୧୧ରେ ଇଂଲଣ୍ଡରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ବିଗତ ୭ ବର୍ଷ ମଧ୍ୟରେ କିନ୍ତୁ ସେ ଇଂଲିସ୍‌ ମାଟିରେ ଯେମିତି ଓ ଯେତିକି ସଫଳତା ଲାଭ କରିବା କଥା ସମ୍ଭବତଃ ସେତିକି ହାସଲ କରି ପାରି ନାହାନ୍ତି। ଇଂଲଣ୍ଡରେ ଏ ପର୍ଯ୍ୟନ୍ତ ୨୨ ଦିନିକିଆ, ୫ ଟେଷ୍ଟ୍‌ ଏବଂ ୫ ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରେ କାର୍ଡିଫରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ମାତ୍ର ଗୋଟିଏ ଦିନିକିଆ ଶତକ ଅର୍ଜନ କରିଛନ୍ତି। ବିରାଟ ୨୦୧୪ରେ ଇଂଲଣ୍ଡରେ ପ୍ରଥମ ଟେଷ୍ଟ ଖେଳିଥିଲେ। ସେହି ଗସ୍ତର ୫ ଟେଷ୍ଟ୍‌ରେ ସେ ୧୦ ପାଳି ଖେଳିଥିଲେ। ୩୯ ରନ୍‌ର ସର୍ବାଧିକ ସ୍କୋର ସହ ୧୩.୪୦ ହାରରେ ମୋଟ ୧୩୯ ରନ୍‌ କରିଥିଲେ। ଅଧିନାୟକ ଭାବେ କୋହଲି ୩୫ ଟେଷ୍ଟ୍‌ରେ ଭାରତର ନେତୃତ୍ୱ ନେଇ ୨୧ଟିରେ ବିଜୟ ହାସଲ କରିଛନ୍ତି। ଏ ବର୍ଷ ତାଙ୍କ ପାଖରେ ଅଧିନାୟକ ସାଙ୍ଗକୁ ଖେଳାଳି ଭାବେ ସମାଲୋଚକଙ୍କର ମୁହଁ ବନ୍ଦ କରିବାର ସୁଯୋଗ ରହିଛି।

ସମ୍ବନ୍ଧିତ ଖବର