ଗ୍ରିନ୍‌ କ୍ରିକେଟ୍‌ ଏକାଡେମିର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଗାଡ଼କଣସ୍ଥିତ ଗଡ଼େଶ୍ୱର କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଗ୍ରିନ୍‌ କ୍ରିକେଟ୍‌ ଏକାଡେମିର ଗ୍ରୀଷ୍ମ କାଳୀନ କ୍ରିକେଟ୍‌ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିରରେ ୧୬ ବର୍ଷରୁ କମ୍‌ ବୟସ ବର୍ଗର ୪୪ ଖେଳାଳି ସାମିଲ ହୋଇଥିଲେ। ପ୍ରଶିକ୍ଷକ ବ୍ରହ୍ମାନନ୍ଦ ବେହେରା ଏବଂ ଅଶୋକ ଜେନା ଏହାକୁ ପରିଚାଳିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରଣଜୀ ଖେଳାଳି ବିବିସିସି ମହାପାତ୍ର, ସଞ୍ଜୟ ଶତପଥୀ, ପି ଜୟଚନ୍ଦ୍ର ଏବଂ ବସନ୍ତ ମହାନ୍ତି କ୍ଷେତ୍ର ରକ୍ଷଣ, ବୋଲିଂ ଏବଂ ବ୍ୟାଟିଂ ଶୈଳୀରେ ଉନ୍ନତି ପାଇଁ ପ୍ରଶିକ୍ଷଣ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା କ୍ରିକେଟ୍‌ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବିଦ୍ୟୁତ୍‌ କୁମାର ନାୟକ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର