ଆଡିଲେଡ୍‌ ଟେଷ୍ଟ: ଶତକ ସହିତ ସମ୍ମାନ ରଖିଲେ ଚେତେଶ୍ୱର ପୂଜାରା, ଭାରତର ସ୍କୋର ୨୫୦/୯

ଆଡିଲେଡ୍‌: ଆଡିଲେଡ୍‌ଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆର ଶାଣିତ ବୋଲିଂର ଦୃଢ଼ ମୁକାବିଲା କରି ଭାରତର ସମ୍ମାନ ବଞ୍ଚାଇଛନ୍ତି। ତାସ ଘର ପରି ଭାରତର ଗୋଟିଏ ପରେ ଗୋଟିଏ ଓ୍ଵିକେଟ ଗୋଟିଏ ପଟେ ଖସି ପଡ଼ୁଥିବା ବେଳେ ଅନ୍ୟପଟେ ଏକ ଖୁମ୍ବ ପରି ଠିଆ ହୋଇ ଅଷ୍ଟ୍ରେଲିଆ ବୋଲିଂର ଦୃଢ଼ ଜବାବ ଦେଇ ଚେତେଶ୍ୱର ପୂଜାର ଶତକ ହାସଲ କରିଛନ୍ତି। ତେବେ ଦୁର୍ଭାଗ୍ୟଜନକ ଭାବେ ପୂଜାରା ୧୨୩ ରନ୍‌ ( ୭ଟି ଚୌକା, ୨ଟି ଛକା) କରି କୁମିନ୍ସଙ୍କ ଦ୍ୱାରା ରନ୍‌ ଆଉଟ୍‌ ହେବା ପୂର୍ବରୁ ଭାରତର ସ୍କୋରକୁ ୨୫୦ ରନ୍‌ରେ ପହଞ୍ଚାଇ ଦେଇଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୨୫୦ ରନ।

ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମଧ୍ୟାହ୍ନ ଭୋଜନ ସୁଦ୍ଧା ୪ ଓ୍ଵିକେଟ ହରାଇ ସଂଗ୍ରହ କରଥିଲା ମାତ୍ର ୫୬ ରନ୍‌। ତେବେ ଭାରତର ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଚେତେଶ୍ୱର ପୂଜାରାଙ୍କ ସହିତ ମିଶି ଭାରତର ପାଳି ସମ୍ଭଳି ଆଣୁଥିବା ବେଳେ ରୋହିତ ଶର୍ମା ୩୭ ରନ୍‌ଆଉଟ୍‌ ହୋଇଥିଲେ। ପରେ ପଡ଼ିଆକୁ ଓହ୍ଲାଇଥିିବା ଋଷଭ ପନ୍ଥ ମଧ୍ୟ ଚେତେଶ୍ୱର ପୂଜାରଙ୍କ ସହିତ ପାଳିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିିଲେ। ତେବେ ପନ୍ଥ ୨୫ ରନ୍‌ରେ ଆଉଟ୍‌ ହେବା ପରେ ରବିଚନ୍ଦ୍ରନ ଅଶ୍ୱିନ ପୂଜାରାଙ୍କୁ ଭରପୁର ସହଯୋଗ ଦେଇଥିଲେ। ତେବେ ଅଶ୍ୱିନୀ ୨୫ ରନ୍‌ରେ ଆଉଟ ହେବା ପରେ ପୂଜାର ଇଶାନ୍ତ ଶର୍ମାଙ୍କୁ ନେଇ ବ୍ୟାଟିଂ କରିଥିଲେ। ୮ମ ଓ୍ଵିକେଟ ଯୋଡ଼ିରେ ଇଶାନ୍ତ ଶର୍ମାଙ୍କୁ ଯୋଡ଼ି କରି ଚେତେଶ୍ୱର ପୂଜାରା ନିଜର ଶତକ ଆଡକୁ ଆଗଉ ଥିବା ବେଳେ ଇଶାନ୍ତ ଶର୍ମା ଆଉଟ୍‌ ହୋଇଥିଲେ। ତେବେ ମହମ୍ମଦ ସାମୀଙ୍କୁ ସାଥୀ କରି ପୂଜାର ନିଜର ଶତକ ହାସଲ କରିଛନ୍ତି। ଶତକ ହାସଲ ପରେ ଦୃତ ରନ୍‌ ସଂଗ୍ରହ କରିବାକୁ ଯାଇ ପୂଜାରା ୧୨୩ରନ୍‌ରେ ରନ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଛନ୍ତି।

ସମ୍ବନ୍ଧିତ ଖବର