ନଟିଂହାମ୍: କୁଲଦୀପ ଯାଦବଙ୍କୁ ୬ଟି ଓ୍ଵିକେଟ୍ ମିଳିବା ପରେ ଇଂଲଣ୍ଡର ବ୍ୟାଟିଂ ସ୍କୋର ୨୬୮ ରନ୍ରେ ଅଟକି ଯାଇଛି। କୁଲଦୀପ ଯାଦବ ୧୦ ଓଭର ବୋଲିଂ କରି ୨୫ ରନ୍ ଖର୍ଚ୍ଚ କରିଛନ୍ତି। ୩ଟି ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ନଟିଂହମ୍ର ଟ୍ରେଣ୍ଟ ବ୍ରଜି ପଡ଼ିଆରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୬୮ ରନ୍ ସଂଗ୍ରହ କରିବା ପରେ ଭାରତକୁ ୨୬୯ ରନ୍ ଟାର୍ଗେଟ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଂଲଣ୍ଡ ୧୯୮ ରନ୍ରେ ୫ମ ଓ୍ଵିକେଟ୍ ଜୋସ୍ ବଟଲର(୫୩)ଙ୍କୁ ହରାଇଥିଲା। ୨୧୪ ରନ୍ରେ ବେନ୍ ଷ୍ଟୋକ(୫୦), ୨୧୬ ରନ୍ରେ ଡେଭିଡ େଓ୍ଵଲି, ୨୪୫ ରନ୍ରେ ମୋଇନ୍ ଅଲ୍ଲି ଓ ୨୬୧ ରନ୍ରେ ଆଦିଲ ରସିଦ ପାଭଲିଅନ ଫେରିଥିଲେ। ଇଂଲଣ୍ଡ ଶେଷ ଓ୍ଵିକେଟରେ ଲିଆମ ପ୍ଲଙ୍କେତଙ୍କୁ ହରାଇଥିଲା। ଲିଆମ ମହେନ୍ଦ୍ର ସିଂହ ଧୋନି ଓ ସୁରୋଶ ରାଇନାଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ। ଉମେଶ ଯାଦବଙ୍କୁ ୨ଟି ଓ ଯୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।
ଜସନ ରାୟ ଓ ଜନି ବେୟାରଷ୍ଟୋ ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ଦାୟିତ୍ୱ ନେଇଥିଲେ। ପ୍ରଥମ ୨ ଓଭରରେ କୌଣସି ଓ୍ଵିକେଟ ନହରାଇ ୧୧ ରନ ଦେଇଥିବା ବେଳେ ଭାରତର ବୋଲର ଉମେଶ ଯାଦବ ଓ ସିଦ୍ଧାର୍ଥ କାଉଲ ୫-୫ ରନ୍ ଖର୍ଚ୍ଚ କରିଥିଲେ। ୮ମ ଓଭରରେ ଜନି ବେୟାରଷ୍ଟେ ସିଦ୍ଧାର୍ଥ କାଉଲଙ୍କ ବଲରେ ଛକା ମାରି ଇଂଲଣ୍ଡର ଅର୍ଦ୍ଧଶତକ ପୂରା କରିଥିଲେ। ସେତେବେଳକୁ ବେୟାରଷ୍ଟୋ ୩୦ ଓ ଜସନ ୨୪ ରନ ଯୋଡ଼ି କ୍ରିଜ ଉପରେ ଥିଲେ।
୧୦ ଓଭର ପରିସମାପ୍ତି ପରେ ଇଂଲଣ୍ଡ କୌଣସି ଓ୍ଵିକେଟ ନହରାଇ ୭୧ ରନ୍ ସଂଗ୍ରହ କରିଥିଲା ଅଧିିନାୟକ ବିରାଟ କୋହଲି ୧୧ତମ ଓଭର କୁଲଦୀପ ଯାଦବଙ୍କୁ ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ। କୁଲଦୀପ ଭାରତୀୟ ଟିମ୍ ପାଇଁ ଉତ୍ସାହ ଆଣିଥିଲେ। ସେ ୧୧ଟି ବଲ ବୋଲିଂ କରି ୩ଟି ଓ୍ଵିକେଟ ନେଇଥିଲେ।
କୁଲଦୀପଙ୍କ ଦ୍ୱାରା ପାଭଲିଅନ ଫେରିବା ପୂର୍ବରୁ ଜସନ ରାୟ ୩୮ ରନ୍ ସଂଗ୍ରହ କରି ଉମେଶ ଯାଦବଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ୧୩ ଓଭରରେ କୁଲଦୀପ ୨ୟ ବଲରେ ଜୋଏ ରୁଟ(୩) ଓ ୫ମ ବଲରେ ଜନି ବେୟାରଷ୍ଟୋ(୩୮)ଙ୍କୁ ଆଉଟ କରିଥିଲେ। ସ୍କୋର ୮୨ ରନ୍ ଥିବା ବେଳେ ଇଂଲଣ୍ଡ ୩ଟି ଓ୍ଵିକେଟ ହରାଇଥିବା ବେଳେ ୧୦୫ ରନ୍ରେ ୪ର୍ଥ ଓ୍ଵିକେଟ୍ ପଡ଼ିଥିଲା।