ନଟିଂହାମ ଟେଷ୍ଟ: କ୍ରିଜ୍‌ରେ ଶିଖର ଧାୱନ୍‌-ଲୋକେଶ ରାହୁଲ, ଭାରତର ସ୍କୋର ୦/୪୧

ନଟିଂହାମ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ପଡ଼ିଆରେ ଖେଳ ଜାରି ରହିଛି। ଟସ୍‌ ହାରି ଭାରତ ପ୍ରଥମେ ‌ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ୧୩ ଓଭରରେ କୌଣସି ୱିକେଟ ନହରାଇ ୪୧ ରନ୍‌ ସଂଗ୍ରହ କରିଛି। ଶିଖର ଧାୱନ୍‌ (୨୯) ଓ ଲୋକେଶ ରାହୁଲ (୧୦) କ୍ରିଜ୍‌ରେ ଅଛନ୍ତି।

ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଟିମ୍‌ ଇଣ୍ଡିଆରେ ୩ଟି ପ୍ରମୁଖ ପରିବର୍ତ୍ତନ ହୋଇଛି। ମୁରଲୀ ବିଜୟ, ଦିନେଶ କାର୍ତ୍ତିକ ଓ କୁଲଦୀପ ଯାଦବ ପ୍ଲେଇଙ୍ଗ୍‌ ଏକାଦଶ ବାହାର ହୋଇଥିବା ବେଳେ ଶିଖର ଧାୱନ, ଋଷଭ ପନ୍ଥ ଓ ଜସପ୍ରୀତ ବୁମରାଙ୍କୁ ସାମିଲ କରାଯାଇଛି।

ସେହିଭଳି ଇଂଲଣ୍ଡ ଟିମ୍‌ରେ ପ୍ଲେଇଙ୍ଗ ଇଲେଭେନରେ ମଧ୍ୟ ଏକ ପରିବର୍ତ୍ତନ ହୋଇଛି। ସାମ କୁରେନଙ୍କ ସ୍ଥାନରେ ବେନ ଷ୍ଟୋକସ୍‌ଙ୍କୁ ସ୍ଥାନ ମିିଳଛି। ଋଷଭ ପନ୍ଥ ଏହି ମ୍ୟାଚରେ ପଦାର୍ପଣ କରିଛନ୍ତି। ତାଙ୍କୁ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ୟାପ ଦେଇଛନ୍ତି। ପନ୍ଥ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବାରେ ୨୯୧ତମ ଖେଳାଳି ଅଟନ୍ତି।

ସମ୍ବନ୍ଧିତ ଖବର