ଅଷ୍ଟ୍ରେଲିଆ ବିପକ୍ଷରେ ଶୃଙ୍ଖଳା ପୂର୍ବରୁ ଭାରତକୁ ଝଟକା, ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁଁ ଟି-୨୦ ଏବଂ ଦିନିକିଆ ଶୃଙ୍ଖଳା ଖେଳି ପାରିବେ ନାହିଁ। ପାଣ୍ଡିଆ ପିଠିର ତଳ ଭାଗରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଗୁରୁବାର ଏକ ବୟାନ ଜାରି କରି ଏହି ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ୫ ମ୍ୟାଚ ଦିନିକିଆ ଶୃଙ୍ଖଳା ପାଇଁ ରବୀନ୍ଦ୍ର ଜାଦେଜାଙ୍କୁ ଚୟନ କରାଯାଇଛି। ଟି-୨୦ ଟିମ୍ ଲାଗି ହାର୍ଦ୍ଦିକଙ୍କ ସ୍ଥାନରେ କିଏ ଖେଳିବେ ତାହା ଘୋଷଣା କରାଯାଇ ନାହିଁ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫେବ୍ରୁଆରି ୨୪ରୁ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଦିନିକିଆ ଶୃଙ୍ଖଳା ମାର୍ଚ୍ଚରେ ଆରମ୍ଭ ହେବ।
ବିସିସିଆଇ ଏକ ବୟାନରେ କହିଛି, ଭାରତୀୟ ଟିମ୍ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଛି। ଏଥି ପାଇଁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଖେଳି ପାରିବେ ନାହିଁ। ବିସିସିଆଇ ମେଡିକାଲ ଟିମ ପାଣ୍ଡ୍ୟାଙ୍କୁ ଆରାମ ଦେଇଛନ୍ତି। ସେ ଏନସିଏରେ ମେଡିକାଲ ଟିମର ହେପାଜତରେ ରହିବେ।