ଜୟପୁର: ଦିଲ୍ଲୀ ଡେୟାରଡେଭିଲସ୍ ବିରୋଧରେ ବୁଧବାର ରାଜସ୍ଥାନ ରୋୟାଲସ୍ ୧୦ ରନ୍ରେ ବିଜୟୀ ହୋଇଛି। ବର୍ଷା ଯୋଗୁଁ ପ୍ରଥମ ଇନିଂସ ୧୭.୫ ଓଭରରେ ବନ୍ଦ କରାଯିବା ପରେ ଦିଲ୍ଲୀକୁ ୨ୟ ପାଳିରେ ଡିଏଲ୍ଏସ୍ ନିୟମ ଅନୁସାରେ ୬ ଓଭରରେ ୭୧ ରନ୍ ଟାର୍ଗେଟ ମିଳିଥିଲା। ଦିଲ୍ଲୀ ନିର୍ଦ୍ଧାରିତ ୬ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୬୦ ରନ୍ ସଂଗ୍ରହ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଡେୟାରଡେଭିଲସ୍ କୌଣସି ରନ୍ ସଂଗ୍ରହ ନକରି କୋଲିନ ମୁନରୋଙ୍କୁ ହରାଇଥିଲା। ୩୪ ରନ୍ରେ ୨ୟ ଓ୍ଵିକେଟ୍ ଭାବରେ ଗ୍ଳେନ ମ୍ୟାକ୍ସେଓ୍ଵଲ୍, ୪୬ ରନ୍ରେ ୩ୟ ଓ୍ଵିକେଟ୍ରେ ଋଷଭ ପନ୍ଥ, ୫୦ ରନ୍ରେ ୪ର୍ଥ ଓ୍ଵିକେଟ୍ ଭାବରେ ବିଜୟ ଶଙ୍କରଙ୍କୁ ହରାଇଥିଲା।
ଜୟପୁରସ୍ଥିତ ସବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ୍ ପ୍ରମିୟର ଲିଗ୍ର ୬ଷ୍ଠ ମ୍ୟାଚ୍ରେ ବୁଧବାର ଦିଲ୍ଲୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ବର୍ଷା ଆସିବା ଫଳରେ ପ୍ରଥମ ଇନିଂସର ମ୍ୟାଚ୍ ବନ୍ଦ ହୋଇ ଯାଇଥିଲା। ସେତେବେଳକୁ ଆୟୋଜକ ରାଜସ୍ଥାନ ୫ ଓ୍ଵିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା। ରାତି ୧୧ଟା ୫୦ରେ ବର୍ଷା ଛାଡ଼ିବା ପରେ ମ୍ୟାଚ ପୁଣି ଥରେ ଆରମ୍ଭ ହୋଇଥିଲା।
୧୧ ରନ୍ରେ ପ୍ରଥମ ଓ୍ଵିକେଟ୍ ଓ ୨୮ ରନ୍ରେ ୨ୟ ଓ୍ଵିକେଟ ହରାଇବା ପରେ ରାଜସ୍ଥାନର ଖେଳାଳିମାନେ ଧୈର୍ଯ୍ୟତାର ସହିତ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୧୧୨ ରନ୍ ଥିବା ବେଳେ ଦିଲ୍ଲୀର ୩ୟ ଶିକାର ହୋଇଥିଲେ ସଞ୍ଜୁ ସାମସନ(୩୭)। ସେହିଭଳି ଅଧିନାୟକ ଆଜିଙ୍କ୍ୟ ରାହାଣେ (୪୫) ଦିଲ୍ଲୀର ୪ର୍ଥ ଶିକାର ହୋଇଥିଲେ। ରାଜସ୍ଥାନ ୫ମ ଓ୍ଵିକେଟ୍ରେ ଜୋସ୍ ବଟଲର(୨୯) ଆଉଟ୍ ହୋଇଥିଲେ। ୧୭.୫ ଓଭରରେ ସ୍କୋର ୫/୧୫୩ ଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚ୍କୁ ବନ୍ଦ କରିବାକୁ ପଡ଼ିଥିଲା।