ପୋଲାର୍ଡଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୮୬/୮

ମୁମ୍ବାଇ : ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୦ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି । ପଞ୍ଜାବ ପ୍ରଥମେ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଦଳ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କୁନାଲ ପାଣ୍ଡ୍ୟା ଓ କିରେନ ପୋଲାର୍ଡଙ୍କ ଲଢୁଆ ବ୍ୟାଟିଂ ଫଳରେ ନିଜର ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ପୋଲାର୍ଡ ୨୩ ବଲରେ ୫ ଚୌକା ଓ ୩ ଛକା ସହ ୫୦ ରନ କରିଥିବାବେଳେ ପାଣ୍ଡ୍ୟା ୨୩ ବଲରେ ୩୨ ରନ କରିଥିଲେ । ପଂଜାବ ପକ୍ଷରୁ ଆଣ୍ଡ୍ର୍ୟୁ ଟାଇ ମାତ୍ର ୮ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ । ମୁମ୍ବାଇ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୫ ବିଜୟ ଓ ୭ ପରାଜୟ ସହ ୧୦ ପଏଣ୍ଟ ପାଇଥିବାବେଳେ ପଂଜାବ ୧୨ଟି ମ୍ୟାଚ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର