ବିରାଟ କୋହଲିଙ୍କୁ ପଛରେ ପକାଇ ଟି-୨୦ରେ ୨୦୦୦ ରନ୍‌ ପୁରା କଲେ ସୋଏବ୍‌ ମଲ୍ଲିକ

ହରାରେ: ପାକିସ୍ତାନର ଅଭିଜ୍ଞ କ୍ରିକେଟର ସୋଏବ ମଲ୍ଲିକ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ସୃଷ୍ଟି କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ସେ ୨୦୦୦ ରନ୍‌ ପୂରା କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ। ୩୬ ବର୍ଷିଅ ମଲ୍ଲିକ ନିଜର ୯୯ତମ ଟି-୨୦ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି। ଜିମ୍ବାେଓ୍ଵ ବିପକ୍ଷରେ ଟି-୨୦ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଅପରାଜିତ ୩୭ ରନ୍‌ ସଂଗ୍ରହ କରି ଏହି ରେକର୍ଡ ନିଜ ନାମରେ କରିଛନ୍ତି। ମଲ୍ଲିକ ୨୪ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ମଲ୍ଲିକଙ୍କ ଏବେ ଟି-୨୦ ମ୍ୟାଚରେ ୩୧.୬୫ ହାରରେ ୨୦୧୬ ରନ ହୋଇଛି। ଏଥି ସହିତ ମଲ୍ଲିକ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱର ୩ୟ ବ୍ୟାଟସ୍‌ମ୍ୟାନ ହୋଇପାରିଛନ୍ତି।

ନ୍ୟୁଜିଲାଣ୍ଡର ବ୍ୟାଟସ୍‌ମ୍ୟାନ ମାର୍ଟିନ ଗୁପଟିଲ ୭୫ଟି ମ୍ୟାଚ ଖେଳି ୩୪.୪୦ ହାରରେ ୨୨୭୧ ରନ ସଂଗ୍ରହ କରି ସର୍ବାଗ୍ରେ ଥିବା ବେଳେ। ସାଥୀ ଖେଳାଳି ତଥା ପୂର୍ବତନ ଅଧିନାୟକ ବେଣ୍ଡନ ମ୍ୟାକକୁଲମ ୭୧ଟି ମ୍ୟାଚ ଖେଳି ୩୫.୬୬ ହାରରେ ୨୧୪୦ ରନ୍‌ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଲିକାରେ କୋହଲିଙ୍କୁ ୪ର୍ଥ ସ୍ଥାନ ମିଳିଛି। କୋହଲି ୫୯ଟି ମ୍ୟାଚ ଖେଳି ୪୮.୫୮ ହାରରେ ୧୯୯୨ ରନ ସଂଗ୍ରହ କରିଛନ୍ତି। ସେହିଭଳି ରୋହିତ ଶର୍ମା ୮୧ଟି ମ୍ୟାଚ ଖେଳି ୩୧.୪୩ ହାରରେ ୧୯୪୯ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର