ପାୱାର କପ୍‌: ବେଦାନ୍ତ, ଓପିଜିସି ବିଜୟୀ

ଭୁବନେଶ୍ବର: ଓପିଟିସିଏଲ୍‌ ଆନୁକୂଲ୍ୟରେ ସ୍ଥାନୀୟ ଇଡ୍‌କୋ ଷ୍ଟାଡିୟମରେ ଚାଲିଥିବା ୧୪ତମ ପାୱାର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଶନିବାର ଦୁଇଟି ମ୍ୟାଚ୍‌ରେ ବେଦାନ୍ତ ଓ ଓପିଜିସି ବିଜୟୀ ହୋଇଛନ୍ତି। ବେଦାନ୍ତ ୩୬ ରନ୍‌ରେ ନେସ୍କୋକୁ ଏବଂ ଓପିଜିସି ୮ ୱିକେଟ୍‌ରେ ଫେଡ୍‌କୋକୁ ପରାସ୍ତ କରିଥିଲା। ବେଦାନ୍ତ ୧୮ ଓଭରରେ ୧୪୦/୬ କରିବା ପରେ ନେସ୍କୋ ୧୦୪ ରନ୍‌ କରିପାରିଥିଲା। ଉମେଶ ସାହୁ (୮୫ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ଫେଡ୍‌କୋ ୧୬ ଓଭରରେ ୬୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ବେଳେ ଓପିଜିସି ୮ ଓଭରରେ ୨ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ନୀଳମାଧବ ପଣ୍ଡା (୯ ରନ୍‌ରେ ୪ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥଥିଲେ। ରବିବାର ଏନ୍‌ଟିପିସି-ୱେସ୍କୋ‌ ଏବଂ ସେସୁ-ସାଉଥ୍‌କୋ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର