ଫେଡେରରଙ୍କ ବାହୁରେ ବିରୁଷ୍କା

ମେଲବର୍ନ: ଅଷ୍ଟ୍ରେଲିଆ ଗସ୍ତରେ ଐସିହାସିକ ଟେଷ୍ଟ୍ ଏବଂ ଦିନିକିଆ ଶୃଙ୍ଖଳା ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବେ ଅଷ୍ଟ୍ରେଲିଆନ୍‌ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍‌ର ମଜା ନେଉଛନ୍ତି। ଶନିବାର ମେଲବର୍ନ ପାର୍କରେ ପତ୍ନୀ ଅନୁଷ୍କାଙ୍କ ସହ କିଛି ମ୍ୟାଚ୍ ଦେଖିବା ସହିତ ଟେନିସ୍ କିମ୍ବଦନ୍ତୀ ରୋଜର ଫେଡେରରଙ୍କ ସହ ଫଟୋ ଉଠାଇଥି‌ଲେ। କୋହଲି ନିଜ ଟ୍ବିଟର୍ ପୃଷ୍ଠାରେ ଏହି ଫଟୋ ଅପଲୋଡ୍ କରି ଲେଖିଥିଲେ ‘ଗୋଟିଏ ଫଟୋରେ ୩ କିମ୍ବଦନ୍ତୀ: ବିରାଟ କୋହଲି, ରୋଜର ଫେଡେରର, ଅନୁଷ୍କା ଶର୍ମା’। ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍ ପୃଷ୍ଠାରେ ସେରେନା ୱିଲିୟମ୍ସଙ୍କ ଏକ ଫଟୋ ଛାଡ଼ି ଲେଖିଥିଲେ ‘ମହାନତମ ମହିଳା ଟେନିସ୍ ଖେଳାଳି’। ବିଶ୍ବର ପ୍ରଥମ ଦେଶ ଭାବେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆରେ ବିନା ଶୃଙ୍ଖଳା ପରାଜୟରେ ଅଭିଯାନ ଶେଷ କରିଥିବା ବ‌େଳେ ଜାନୁଆରି ୨୩ ତାରିଖରୁ ନ୍ୟୁଜିଲାଣ୍ଡ୍ ଗସ୍ତରେ ୫ ଦିନିକିଆ ଏବଂ ୩ ‌ଟ୍ବେଣ୍ଟି-୨୦ ଖେଳିବ।

ସମ୍ବନ୍ଧିତ ଖବର