ଅପରାଜେୟ ଧାରା ଅତୁଟ ରହିବା ଆଶା

କଟକ: ବିଶ୍ବକପ୍‌ର ଅନ୍ୟତମ ଦାବିଦାର ଭାରତ ଏବଂ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଥିବା ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ବି ଭାରତ ତାହାର ବିଜୟ ଧାରା ଅବ୍ୟାହତ ରଖିବ ବୋଲି ଓଡ଼ିଶାର କ୍ରିକେଟ ଖେଳଳିମାନେ ଆଶାବାଦୀ ଅଛନ୍ତି। ଆନ୍ଦ୍ରେ ରସେଲ ଏବେ ଆହତ ଯୋଗୁଁ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିବାରୁ ଭାରତୀୟ ଶିବିର ପାଇଁ ଏହା ଆଉ ଏକ ଖୁସି ଖବର ରହିଛି। ଅନ୍ୟପକ୍ଷରେ ଭାରତୀୟ ସ୍ପିନ ଯୋଡ଼ି ଏହି ମ୍ୟାଚ୍‌ରେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି କେତେକ କହିଛନ୍ତି। ଆରମ୍ଭରୁ ଵିକେଟ୍‌ ବାହାର କରିବା ବ୍ୟତୀତ ବ୍ୟାଟି˚ ବେଳେ ମଧ୍ୟକ୍ରମକୁ ଭଲ ପ୍ରଦର୍ଶନ କରିବା ପାଇଁ ଏହି ମ୍ୟାଚ୍‌ ଏକ ସୁଯୋଗ ବୋଲି କୁହାଯାଉଛି।
ମଧ୍ୟକ୍ରମକୁ ଭଲ ପ୍ରଦର୍ଶନ କରିବାକୁ ହେବ
ଭାରତ ପାଇଁ ଏହି ମ୍ୟାଚ୍‌ରେ ଭଲ ସୁଯୋଗ ରହିଛି। େଵଷ୍ଟଇଣ୍ତିଜ ପାଇଁ ଆନ୍ଦ୍ରେ ରସେଲ ଆହତ ଯୋଗୁଁ ଖେଳୁ ନାହାନ୍ତି। ଯାହାକି ଭାରତ ପାଇଁ ଏକ ଭଲ ଖବର। ଭାରତ ଲଗାତାର ଭାବେ ଜିତି ଆସୁଥିବାରୁ ଦଳର ଆତ୍ମବିଶ୍ବାସ ଉଚ୍ଚରେ ରହିବ। ରୋହିତ ଶର୍ମା, ବିରାଟ କୋହଲି ସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। କିନ୍ତୁ ମଧ୍ୟକ୍ରମରେ ସେଭଳି ଭଲ ପ୍ରଦର୍ଶନ ଦେଖିବାକୁ ମିଳୁନି। ମହେନ୍ଦ୍ର ସି˚ହ ଧୋନି, କେଦାର ଯାଦବ, ବିଜୟ ଶଙ୍କରଙ୍କୁ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ ଦେଖାଇବାକୁ ପଡିବ। ଗତ ମ୍ୟାଚ୍‌ରେ ସାମି ଭଲ ବୋଲି˚ କରଛନ୍ତି, ତେଣୁ ଭୁବନେଶ୍ବର କୁମାରଙ୍କୁ ଆଉଟିକେ ବିଶ୍ରାମ ଦେବା ଠିକ୍‌ ହେବ। ଫଳରେ ଦଳରେ କୌଣସି ପରିବର୍ତ୍ତନ ହେବନି ବୋଲି ଆଶା କରୁଛି।
ବିଭୂଦତ୍ତ ପଣ୍ତା, ରଣଜୀ କ୍ରିକେଟର
ଭାରତୀୟ ସ୍ପିନରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ
ପୂର୍ବ ମ୍ୟାଚ୍‌ ଭଳି ଏଠାରେ ସେଭଳି ପିଚ୍‌ ନମିଳୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛି। ବ୍ୟାଟି˚ ପିଚ୍‌ ହେଲେ ଅଧିକ ରନ୍‌ ସ˚ଗ୍ରହ ହେବ ଓ ମ୍ୟାଚ୍‌ ରୋମାଞ୍ଚକର ହେବ। ଭାରତକୁ ସମସ୍ୟାରେ ପକାଇବା ପାଇଁ ୱେଷ୍ଟଇଣ୍ତିଜ କୌଣସି ଗୁଣରେ କମ୍‌ ନୁହେଁ। ଆମ ବୋଲରଙ୍କୁ ସେମାନେ ଭଲରେ ଖେଳିଛନ୍ତି। ଆଗରୁ ଭାରତ ମାଟିରେ ଖେଳିଥିଲେ ଏବେ ଇ˚ଲଣ୍ତ ମାଟିରେ ଖେଳିବେ। ତେଣୁ କ’ଣ ହେବ କିଛି କହିହେବନି। େଵଷ୍ଟଇଣ୍ତିଜ ପାଖରେ ବ୍ୟାଟ୍ସମ୍ୟାନ ଭରପୁର ଅଛନ୍ତି। ହେଲେ ଚାପ ସମୟକୁ ସମ୍ଭାଳିବାରେ ବ୍ୟାଟ୍ସମ୍ୟାନମାନେ ଅସମର୍ଥ ହେଉଛନ୍ତି। ବରିଷ୍ଠ ଖେଳାଳିମାନେ ବର୍ତ୍ତମାନ ସୁଦ୍ଧା ଭରସା ଯୋଗାଇ ପାରୁନାହାନ୍ତି। ସବୁ ଦଳଙ୍କ ମଧ୍ୟରେ ବଡ ସ୍କୋର୍‌ କରିବା ଦକ୍ଷତା େଵଷ୍ଟଇଣ୍ତିଜର ଅଛି। ତଥାପି ଅନ୍ୟ ବ୍ୟାଟ୍ସମ୍ୟାନମାନେ ସହାୟତା ଦେଲେ ୩୦୦ରୁ ଅଧିକ ରନ୍‌ ହୋଇପାରିବ। ଭାରତର ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଯେକୌଣସି ବଡ଼ ସଟ୍‌ ଖେଳୁଥିବା ବ୍ୟାଟ୍ସମ୍ୟାନଙ୍କୁ ଅଟକାଇପାରିବେ। େଵଷ୍ଟଇଣ୍ତିଜ ପେସ୍‌ ବଲ୍‌କୁ ଭଲ ଖେଳନ୍ତି। ତେଣୁ ସ୍ପିନର ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ପୂର୍ବ ମ୍ୟାଚ୍‌କୁ ଦେଖିଲେ ମହମ୍ମଦ ସାମିଙ୍କ ଆତ୍ମବିଶ୍ବାସ ବଢିଛି। ଏହି ମ୍ୟାଚ୍‌ରେ ମଧ୍ୟ ସମାନ ଧରଣର ପ୍ରଦର୍ଶନ ଦେଖିବାକୁ ମିଳିପାରେ।
ସନ୍ତୋଷ ଜେନା, ପ୍ରଶିକ୍ଷକ ତଥା ପୂର୍ବତନ କ୍ରିକେଟର
ଭାରତ ପ୍ରଥମେ ବ୍ୟାଟି˚ କଲେ ୩୦୦ରୁ ଅଧିକ ରନ୍‌ ସ˚ଗ୍ରହ ହେବ
ଯଦି କିଛି ଖରାପ ପରିସ୍ଥିତି ନଉପୁଜେ ତାହେଲେ ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହେବ। ମ୍ୟାଚ୍‌ ଏକପାଖିଆ ହେବା ସମ୍ଭାବନା ଅଧିକ ରହୁଛି। କାରଣ ଆନ୍ଦ୍ରେ ରସେଲ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିବାରୁ େଵଷ୍ଟଇଣ୍ତିଜ ପାଇଁ ବଡ ଝଟ୍‌କା ଲାଗିଛି। ତଥାପି ଭାରତର ବୋଲି˚ କ୍ରମ ଯେଉଁଭଳି ରହିଛି, ଯଦି େଵଷ୍ଟଇଣ୍ତିଜ ପ୍ରଥମେ ବ୍ୟାଟି˚ କରେ, ତାହେଲେ ୨୫୦ରୁ ଅଧିକ ରନ୍‌ କରିବା କଷ୍ଟକର ହେବ। କିନ୍ତୁ ପିଚ୍‌ ଅନୁସାରେ ଭାରତ ବ୍ୟାଟି˚ କଲେ ୩୦୦ରୁ ଅଧିକ ରନ୍‌ ସ˚ଗ୍ରହ ହୋଇପାରିବ। ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତ ବିଜୟୀ ହୋଇଥିବାରୁ, ସମାନ ଦଳ ନେଇ ଭାରତ ଖେଳିବ ବୋଲି ଆଶା କରୁଛି। ଯେଉଁମାନେ ବି ନଖେଳି ବସିଛନ୍ତି, ସେମାନେ ଯେକୌଣସି ମୁହୂର୍ତ୍ତରେ ସୁଯୋଗ ପାଇଲେ ଭଲ ପ୍ରଦର୍ଶନ କରିବେ। ତଥାପି ଦଳରେ କୌଣସି ପରବର୍ତ୍ତନ ହେବା ଉଚିତ ନୁହେଁ।
ରଶ୍ମୀର˚ଜନ ଦାସ, ପୂର୍ବତନ ରଣଜୀ କ୍ରିକେଟର
େଵଷ୍ଟଇଣ୍ତିଜ ପାଇଁ କର ବା ମର ସ୍ଥିତି
ଭାରତ ଭଲ ଫର୍ମରେ ଗତି କରୁଛି। ଧାଵନଙ୍କ ସ୍ଥାନରେ ଆସିଥିବା ଲୋକେଶ ରାହୁଲ ନିଜ ଉପରକୁ ଦାୟିତ୍ବ ନେଇ ଖେଳୁଛନ୍ତି। ରୋହିତ ଶର୍ମା ମଧ୍ୟ ଭଲ ଫର୍ମରେ ଅଛନ୍ତି। ଭୁବନେଶ୍ବର କୁମାରଙ୍କ ସ୍ଥାନକୁ ମହମ୍ମଦ ସାମି ଭରଣା କରିପାରିଲେ। ହେଲେ ୟୁଜ୍‌ବେନ୍ଦ୍ର ଚହଲ ସାମାନ୍ୟ ନିରାଶ କରିଛନ୍ତି। ପ୍ରଥମ ମ୍ୟାଚ୍‌ ପରଠୁ ସେ ଆଖିଦୃଶିଆ ଵିକେଟ ପାଇନାହାନ୍ତି। ତଥାପି ଭାରତ ଦଳଗତ ଭାବେ ସଫଳତା ପାଇଆସୁଛି। ଏଥିପାଇଁ ମହେନ୍ଦ୍ର ସି˚ହ ଧୋନିଙ୍କ ଅବଦାନ ବହୁତ ରହିଛି। ଷ୍ଟମ୍ପ ପଛପଟେ ରହି ଖେଳକୁ ଅନୁଧ୍ୟାନ କରିବା ଓ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ। ଗତ ମ୍ୟାଚ୍‌ରେ କେଦାର ଯାଦବ କିଛି ସମୟ ପାଇଁ ବ୍ୟାଟି˚ ସୁଯୋଗ ପାଇଥିବାରୁ ତାଙ୍କର ମଧ୍ୟ ଆତ୍ମବିଶ୍ବାସ ଆସିଛି। କିନ୍ତୁ େଵଷ୍ଟଇଣ୍ତିଜ ପ୍ରତିଯୋଗିତାରେ ଯେଉଁଭଳି ଆରମ୍ଭ କରିଥିଲା, ତାହା ପରଠୁ ପ୍ରଦର୍ଶନ ହ୍ରାସ ପାଇବାରେ ଲାଗିଛି। ବୋଲରମାନଙ୍କ ବଲ୍‌ ଠିକ୍‌ ସ୍ଥାନରେ ପଡୁନି। କାର୍ଲୋସ ବ୍ରାଥ୍‌‌େଵଟ ଓ ସିମରନ୍‌ ହେଟମେୟର ଫର୍ମରେ ଅଛନ୍ତି। ଏହି ଦୁଇଜଣଙ୍କୁ ଅଟକାଇପାରିଲେ ଭାରତ ଫାଇଦାରେ ରହିବ। ତଥାପି େଵଷ୍ଟଇଣ୍ତିଜ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିବାରୁ ଦଳ ଉପରେ ମାନସିକ ଚାପ ରହିବ। ଏବେଠାରୁ ଦଳ ପାଇଁ ପ୍ରତ୍ୟେକ ମ୍ୟାଚ କର ବା ମର ସ୍ଥିତି ହୋଇଯାଉଛି।
ଧୀରାଜ ସି˚ହ, ରଣଜୀ କ୍ରିକେଟର

ସମ୍ବନ୍ଧିତ ଖବର