ବିଶ୍ୱକପ୍: ଓ୍ଵିଲିୟମସନ୍ଙ୍କ ବିସ୍ଫୋରକ ୧୪୮ ରନ୍, ୱେଷ୍ଟଇଣ୍ଡିଜକୁ ୨୯୨ ରନ୍ ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ, କଟଟ୍ରେଲଙ୍କୁ ୪ ଓ୍ଵିକେଟ
ମଂଚେଷ୍ଟର: ଅଧିନାୟକ କେନ୍ ଓ୍ଵିଲିୟମସନ୍ଙ୍କ ବିସ୍ଫୋରକ ୧୪୮ ରନ୍ ବଳରେ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ଟି ଓ୍ଵିକେଟ୍ ହରାଇ ୨୯୧ ରନ୍ କରିଛି। ଓ୍ଵିଲିୟମସନ୍ ୧୫୪ଟି ବଲ ଖେଳି ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତାଙ୍କୁ ସାଥୀ ଖେଳାଳି ରସ୍ ଟେଲର ଭଲ ସହଯୋଗ କରିଥିଲେ। ଟେଲର ୯୫ଟି ବଲ ଖେଳି ୬୯ ରନ୍ କରିଥିଲେ। ଏଥିରେ ୭ଟି ଚୌକା ସାମିଲ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଇସିସି ବିଶ୍ୱକପ୍-୨୦୧୯ର ୨୯ତମ ମ୍ୟାଚ୍ରେ ଟସ୍ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା। ମଂଚେଷ୍ଟରସ୍ଥିତ ଇମିରେଟସ୍ ଓଲଡ୍ ଟ୍ରାଫୋର୍ଡ ଷ୍ଟାଡିିୟମ୍ରେ ନ୍ୟୁଜିଲାଣ୍ଡ ମାତ୍ର ୭ ରନ୍ ମଧ୍ୟରେ ନିଜର ଓପରନ ଦ୍ୱୟ ମାର୍ଟିନ ଗୁପଟିଲ ଓ କୋଲିନ ମୁନରୋଙ୍କୁ ହରାଇଥିଲା। ଗୁପଟିଲଙ୍କୁ ସେଲଡନ କଟଟ୍ରେଲ ଏଲବିଡବ୍ଲୁ କରିଥିବା ବେଳେ କଟଟ୍ରେଲଙ୍କ ବଲରେ ମୁନରୋ ବୋଲ୍ଡ ହୋଇଥିଲେ। ଉଭୟ ବ୍ୟାଟସ୍ମ୍ୟାନ୍ ଖାତା ନ ଖୋଲି ପାଭଲିଅନ୍ ଫେରିଥିଲେ।
ଟମ୍ ଲାଥମ ୧୨ ରନ୍, ଜେମସ୍ ନୀସମ ୨୮ ରନ୍, କୋଲିନ ଡି ଗ୍ରାଣ୍ଡହୋମ ୧୬ ରନ ଓ ମିଚେଲ ସଣ୍ଟନର ୧୦ ରନ୍ କରିଥିଲେ। ସେଲଡନ କଟଟ୍ରେଲଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ କାର୍ଲୋସ ବ୍ରାଥେଓ୍ଵଟ୍ ୨ଟି ଓ୍ଵିକେଟ ନେଇଥିଲେ। କ୍ରିସ୍ ଗେଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା।