ବିଶ୍ୱ ହକି ଲିଗ ଫାଇନାଲ୍ସ: କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ଅଭ୍ୟାସ

ଭୁବନେଶ୍ୱର: ଏଠାରେ ଥିବା କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳ ଗୁରୁବାର ଅଭ୍ୟାସ କରିଛି। ବିଶ୍ୱ ହକି ଲିଗ ଫାଇନାଲ୍ସ ଆଉ ଆଠ ଦିନ ବାକି ଥିବା ବେଳେ ଘରୋଇ ପରିବେଶରେ ଖାପ ଖୁଆଇବା ପାଇଁ, ଭାରତୀୟ ଖେଳାଳି ଉତ୍ସାହର ସହିତ ଅଭ୍ୟାସ କରିଛନ୍ତି। ବୁଧବାର ଅପରାହ୍ଣରେ ଟିମ୍‌ ଇଣ୍ଡିଆର ୧୮ଜଣ ଖେଳାଳି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଟିମ୍‌ରେ ୩ଜଣ ଓଡ଼ିଆ ଦୀପସାନ ତିର୍କି, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସାମିଲ ଥିବାରୁ ସେମାନଙ୍କୁ ଦେଖିବା ପାଇଁ ଯୁବ ହକି ପ୍ରେମୀମାନେ ବିମାନବନ୍ଦରକୁ ପହଞ୍ଚି ଥିଲେ। ଆଗାମୀ ଡିସେମ୍ବର ୧ରୁ ୧୦ ଯାଏଁ ବିଶ୍ୱ ହକି ଲିଗ୍‌ ଫାଇନାଲ୍ସ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।

ସମ୍ବନ୍ଧିତ ଖବର