ଆସନ୍ତା କାଲି ଉଦଘାଟନ ହେବ ନୟାଗଡ଼-ଭୁବନେଶ୍ୱର ସେବା ସର୍ଭିସ ଟ୍ରେନ

ଭୁବନେଶ୍ୱର : ଦେଶର ଛୋଟ ଛୋଟ ସହରକୁ ବଡ଼ ସହର ସହ ଯୋଡିବା ଲକ୍ଷ୍ୟରେ ରେଳ ମନ୍ତ୍ରାଳୟ ଆସନ୍ତା କାଲି (ମଙ୍ଗଳବାର) ଦିନ ୧୦ଟି ସେଓ୍ଵା ସର୍ଭିସ ଟ୍ରେନ ଚଳାଳଳ ଆରମ୍ଭ କରିବ । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ଆରମ୍ଭ କରିବେ । ଏହି ୧୦ ଟି ଟ୍ରେନ ମଧ୍ୟରେ ରହିଛି ନୟାଗଡ଼-ଭୁବନେଶ୍ୱର ଟ୍ରେନ । ଏହି ଟ୍ରେନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏସବୁ ଟ୍ରେନ ଚଳାଚଳ ଦ୍ୱାରା ଦେଶରେ ଗମନାଗମନ ବ୍ୟବସ୍ଥା ଉନ୍ନତ ହେବ ଓ ଦୂର ସ୍ଥାନଗୁଡିକର ସଂଯୋଗୀକରଣ ହୋଇପାରିବ ବୋଲି ସେ ଟ୍ଵିଟ କରି କହିଛନ୍ତି ।

 

ସମ୍ବନ୍ଧିତ ଖବର