ଭୁବନେଶ୍ୱର: ଆଜି ରାତିରେ ଭୁବନେଶ୍ବରର ବମିଖାଲ୍ ଅଞ୍ଚଳରୁ ଏକାବେଳେକେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାତ୍ର ୩ ଦିନ ମଧ୍ୟରେ ଏଠାରୁ ୧୯ ଜଣ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିସହ ରାଜଧାନୀ ସହରର ଏହା କରୋନା ହଟସ୍ପଟ୍ ପାଲଟି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୩ ତାରିଖ ରାତିରେ ବମିଖାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି ଏହି ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଥିଲା। ଗତକାଲି ଏହି ୩ ଜଣଙ୍କର ଗସ୍ତ ବିବରଣୀ ଦେଇ ବିଏମସି କମିସନର କରିଥିଲେ ଯେ ଜଣେ କରୋନା ଆକ୍ରାନ୍ତଙ୍କ ବାପା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଯାଇଥିଲେ। ସେଠାରୁ ସେ ସଂକ୍ରମିତ ହୋଇ ଆସିଥାଇ ପାରନ୍ତି।
ଆଜି ଅପରାହ୍ନରେ ଭୁବନେଶ୍ୱରରୁ ୨ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ଏଥିରୁ ଜଣେ ବ୍ୟକ୍ତି କପିଳପ୍ରସାଦ ହାଉସିଂ ବୋର୍ଡର ବାସିନ୍ଦା ଓ ଅଷ୍ଟ୍ରେଲିଆରୁ ଫେରିଥିବା ବେଳେ ଅନ୍ୟ ଜଣକ ବମିଖାଲର ୨୯ ବର୍ଷିଅ ଯୁବକ ବୋଲି ଜଣାପଡ଼ିଥିଲା । ପୁଣି ଏକଥା ବି ସୂଚନା ମିଳିଛି ଯେ ଯୁବକ ପ୍ରଥମ ତିନି ଜଣଙ୍କ ପରିବାରର ସଦସ୍ୟ। ତେବେ ଏ ନେଇ ସରକାରୀ ତଥ୍ୟ ମିଳିନାହିଁ।