ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ବ୍ରହ୍ମପୁର ଏଡିଜେ-୧

ବ୍ରହ୍ମପୁର: ଏକ ହତ୍ୟା ମାମଲାରେ ୧୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ( ପ୍ରଥମ) ସଞ୍ଜୟ କୁମାର ସାହୁ | ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କର ମୃତ୍ୟୁ ଘଟିଥିଲା | ୨୦୦୭ କୁଲଟା ଗାଁରେ ଏହି ଘଟଣା ଘଟିଥିବାବେଳେ ଆଜି ରାୟ ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ କୁଲଟା ଗ୍ରାମର ମହେଶ୍ୱର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିଲେ | ଯାହାକୁ ନେଇ ଗାଁରେ ଶାନ୍ତି କମିଟି ଗଠନ ହୋଇଥିଲା | ତେବେ ୨୦୦୭ ମସିହାରେ ଏହି କମିଟିର ୧୯ ଜଣ ମହେଶ୍ଵରଙ୍କ ଉପରେ ଆକ୍ରମଣ କରିଥିଲେ | ଯାହାଫଳରେ ମହେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା |

ସଦର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଥିଲା | ଘଟଣାରେ ସେହି ଗ୍ରାମର ମୋଟ ୧୯ଜଣ ଗିରଫ ହୋଇ ଜେଲ ଯାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ। ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷୀ ଥିବାବେଳେ ସେମାନଙ୍କର ବୟାନ ଓ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ନିଜ ଚୂଡାନ୍ତ ରାୟ ପ୍ରକାଶ କରି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ତେବେ ବିଚାରଧୀନ ବନ୍ଦୀ ଭାବରେ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ସେହିପରି ଦୋଷୀମାନଙ୍କୁ ୫ ହଜାର ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମହେଶ୍ଵରଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର