ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୨୮ ଏପ୍ଡିସି ଔଷଧକୁ ନିଷିଦ୍ଧ ଘୋଷଣା କରାଯିବା ପରେ ରାଜ୍ୟ ଡ୍ରଗ୍ସ ନିର୍ଦେଶାଳୟ ମଧ୍ୟ ତତ୍ପର ହୋଇ ଉଠିଛି। ରାଜ୍ୟରେ ଥିବା ସମସ୍ତ ହୋଲସେଲର ଓ ଖୁଚୁରା ବ୍ୟବସାୟୀଙ୍କୁ ଆସନ୍ତା ୭ଦିନ ମଧ୍ୟରେ ନିଷିଦ୍ଧ ଔଷଧ ଫେରାଇ ନେବାକୁ ନିର୍ଦେଶାଳୟ ପକ୍ଷରୁ ଚିଠି ହୋଇଛି। କଟକସ୍ଥିତ ଉତ୍କଳ ଫାର୍ମାସ୍ୟୁଟିକାଲ ଏଣ୍ଡ ମାନୁଫ୍ୟାକଚର୍ସ ଆସୋସିଏସନ୍, ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍, ରାଜଧାନୀ ଓ କଟକର ୩ଟି ରେଞ୍ଜ ଓ ଗ୍ରାମାଞ୍ଚଳର ଡ୍ରଗ୍ ଇନସପେକ୍ଟରମାନଙ୍କୁ ମଧ୍ୟ ଚିଠି ଜାରି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ୍ ଜରିଆରେ ଏହି ଔଷଧକୁ ନିଷିଦ୍ଧ ଘୋଷଣା କରିଥିବାରୁ ରାଜ୍ୟରେ ଏସବୁ ଔଷଧର ବ୍ୟବହାର କଭଳି ନିଷିଦ୍ଧ କରାଯିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ତେଣୁ ଡ୍ରଗ୍ ଇନସପେକ୍ଟରମାନେ ହୋଲସେଲର ଓ ଖୁଚୁରା ଦୋକାନୀମାନଙ୍କୁ ନିୟମ ପାଳନ କରିବା ସଂପର୍କରେ ବୁଝାଇବା ସହିତ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି।