ଡୁଙ୍ଗୁରିପାଲି : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ବାଙ୍କପାଲି ଗ୍ରାମରେ ଶୁକ୍ରବାର ରାତିରେ ବାହାଘର ମିଠାଖାଇ ୨୪ ଶିଶୁଙ୍କ ସହ ୨୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବାଙ୍କିପାଲିରେ ଝାଡ଼ାବାନ୍ତି ବ୍ୟାପିବା ସୂଚନା ମିଳିବା ପରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜର ବ୍ୟକ୍ତଗତ ଗାଡ଼ିରେ ଆକ୍ରାନ୍ତଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନା ପଠାଇଥିବା ଜଣାଯାଇଛି। ରାମପୁର ଅଗ୍ନିଶମ ଗାଡ଼ି ମଧ୍ୟ ଆକ୍ରାନ୍ତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତ ୧୩ ତାରିଖ ବାଙ୍କିପାଲି ଗ୍ରାମର ଲଲିତ ନାଏକଙ୍କ ପୁଅ ସାବନୀର ବାହାଘର ଥିଲା। ବାହାଘରରେ ବଳି ପଡ଼ିଥିବା ରସଗୋଲାକୁ ପରିବାର ଲୋକେ ପାଖ ପଡ଼ିଶାରେ ବାଣ୍ଟିଥିଲେ। ଉକ୍ତ ରସଗୋଲ ଖାଇବା ପରେ ଗ୍ରାମର ୨୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ତେବେ ଝାଡ଼ାବାନ୍ତି ନିୟନ୍ତ୍ରଣ ଥିବା ଜଣାଯାଇଛି।