ବ୍ରହ୍ମ ବିଭ୍ରାଟ କାର୍ଯ୍ୟାନୁଷ୍ଠାନ ହାଲ୍‌କା

ପୁରୀ: ବହୁଚର୍ଚ୍ଚିତ ନବକଳେବର ବ୍ରହ୍ମ ବିଭ୍ରାଟ ରିପୋର୍ଟରେ କଣ ଅଛି, ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି। ଏହାକୁ ସାର୍ବଜନୀନ କରାଯାଇନାହିଁ। େକଉଁଭଳି ପରିସ୍ଥିତିରେ ବିଭ୍ରାଟ ଘଟିଲା, ବିଶୃଙ୍ଖଳିତ ଆଚରଣ କାରଣରୁ ବ୍ରହ୍ମ ପ୍ରତି ବିପଦ ସୃଷ୍ଟି େହାଇଥିବା େନଇ େସ ସମୟରେ େସବାୟତମାେନ େଯଉଁ ଅଭିେଯାଗ ଉଠାଇଥିେଲ, ତାହା ପ୍ରମାଣିତ େହଲା ନା ନାହିଁ, େକହି ଜାଣିପାରିେଲ ନାହିଁ। ଏହି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ୧୧ ଜଣଙ୍କୁ ନୋଟିସ୍ ଜାରି କରିଛି। ବିଭ୍ରାଟ ପାଇଁ ନୁେହଁ, ବରଂ ଶ୍ରୀମନ୍ଦିର ଆଇନ ୨୧ (ବି) ଅନୁସାରେ ଅର୍ଥାତ୍ େସବାରେ ବିଭ୍ରାଟ ବା ବିଶୃଙ୍ଖଳା କାରଣରୁ ଏହି େସବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି। ଏମାନଙ୍କ ନାଁ ମଧ୍ୟ ପ୍ରଶାସନ ଆଜି ପ୍ରଘଟ କରିନାହିଁ। ତେବେ ମିଳିଥିବା ସୂଚନା ଅନୁସାରେ, ଜଣେ ମହାରଣା ସେବକ ଓ ଅନ୍ୟମାେନ ବରିଷ୍ଠ ଦଇତାପତି ସେବକ ରହିଛନ୍ତି। େହଲେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ପଦକ୍ଷେପ ଶ୍ରୀଜଗନ୍ନାଥ େପ୍ରମୀଙ୍କୁ ଗଭୀର ଆଘାତ େଦଇଛି। ବ୍ରହ୍ମ ପରିବର୍ତନ ପ୍ରକ୍ରିୟା ଯଦିଓ ଗୁପ୍ତ ପ୍ରକ୍ରିୟା, ତଥାପି ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନକୁ େଦାଷମୁକ୍ତ କରାଯାଇପାରିବ ନାହିଁ। ଏହା ସତ୍ତ୍ବେ ରାଜ୍ୟ ସରକାର ଘଟଣାର ତଦନ୍ତ େସହି ଶ୍ରୀମନ୍ଦିର ପ୍ରଶାସନ ହାତରେ େଟକି େଦଇଥିେଲ। ତତ୍କାଳୀନ ମୁଖ୍ୟ ପ୍ରଶାସକ ସୁେରଶ ଚନ୍ଦ୍ର ମହାପାତ୍ର ଏହାର ତଦନ୍ତ ଦାୟିତ୍ବ େନଇଥିେଲ। ଏହାକୁ େନଇ େସତେବେଳେ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏେବ କାର୍ଯ୍ୟାନୁଷ୍ଠାନ ତରିକା ସାମ୍ନାକୁ ଆସିବା ପରେ ତଦନ୍ତର ସ୍ବଚ୍ଛତାକୁ େନଇ ସନ୍ଦେହ ବଢ଼ିଯାଇଛି। କାରଣ ଘଟଣାରେ ଅେନକ େସବକଙ୍କ ଭୂମିକା ଚର୍ଚ୍ଚାକୁ ଆସିଥିଲା। ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣରେ ବିଳମ୍ବ େନଇ ମଧ୍ୟ ଅଭିେଯାଗ ଉଠିଥିଲା। େହଲେ ମାତ୍ର ୧୧ ଜଣଙ୍କୁ େନାଟିସ କରାଯାଇଛି। େକବଳ େସତିକି ନୁେହଁ, େଯଉଁ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ େହାଇଛି ଓ ପ୍ରଶାସନ ଲୁଚାଛପା ନୀତି ଅବଲମ୍ବନ କରିଛି, ତାହାକୁ ମଧ୍ୟ େକହି ଗ୍ରହଣ କରିପାରୁନାହାନ୍ତି। େଯଉଁମାନଙ୍କୁ େନାଟିସ ଜାରି କରାଯାଇଛି, ତାଙ୍କ େନବା ପାଇଁ ମଧ୍ୟ ପ୍ରଶାସନ କୁନ୍ଥକୁନ୍ଥ େହାଇଛି। ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ୩ ଜଣିଆ ସବକମିଟି ଗଠନ କରିଥିଲା। ଏହି କମିଟିେର ଡ. ସିଦ୍ଧେଶ୍ବର ମହାପାତ୍ର, ପୂର୍ବତନ ମୁଖ୍ୟ ପ୍ରଶାସକ ମହୀମୋହନ ତ୍ରିପାଠୀ ଓ ଝାଞ୍ଜପିଟା ମଠ ମହନ୍ତ ସଚିଦାନନ୍ଦ ଦାସଙ୍କୁ ନିଆଯାଇଥିଲା। ଏହି କମିଟି ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ତାଙ୍କ ରିେପାର୍ଟ େଦଇଥିେଲ। ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୫ ମସିହା ନବକଳେବର ସମୟରେ ମହାପ୍ରଭୁଙ୍କ ଘଟ ପରିବର୍ତନକୁ ନେଇ ବିଭ୍ରାଟ ଉପୁଜିଥିଲା। ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଉଠିବା ପରେ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ବହୁ ବିଳମ୍ବରେ ଏ ନେଇ ତାଙ୍କ ରିପୋର୍ଟ ଦାଖଲ କରିଥିେଲ। ଏହା ପୂର୍ବରୁ ଦୁଇଜଣ ସେବକଙ୍କୁ ନିଲମ୍ବିତ କରାଯାଇଥିଲା ଓ ପରେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଥିଲା।

ସମ୍ବନ୍ଧିତ ଖବର