ରାଜନୈତିକ ଦଳଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ : ନିର୍ବାଚନ ଖର୍ଚ୍ଚର ବିବରଣୀ ପ୍ରଦାନ ନେଇ ଆଲୋଚନା

ଭୁବନେଶ୍ୱର: ଭାରତୀୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳଙ୍କର କର୍ମକର୍ତାଙ୍କୁ ନେଇ ଶନିବାର ଏକ ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ନିର୍ବାଚନ ଆୟୋଗଙ୍କ ଖର୍ଚ୍ଚ ନିର୍ଦ୍ଦେଶାବଳୀ ଅନୁସାରେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀମାନେ ନିର୍ବାଚନ ଖର୍ଚ୍ଚ ସଂବନ୍ଧୀୟ ସଂପୂର୍ଣ୍ଣ ବିବରଣୀ ଏକ ରେଜିଷ୍ଟରରେ ଲିପିବଦ୍ଧ କରି ରଖିବାକୁ ଦଳମାନଙ୍କୁ ପରାମର୍ଶ ଦିଆଯାଇଛି। ପ୍ରାର୍ଥୀଙ୍କର ନିର୍ବାଚନ ବ୍ୟୟ ଖାତାରେ  ତ୍ରୁଟି ବିଚ୍ୟୁତି ନଥାଇ ସଠିକ ଭାବରେ ହିସାବ ରଖିବା ସହ ଦଳର ଖର୍ଚ୍ଚ ବିବରଣୀ ଲିପିବଦ୍ଧ କରି ରଖିବା ନିତ୍ୟାନ୍ତ ଆବଶ୍ୟକ .ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଦଳୀୟ ପ୍ରତିନିଧିଙ୍କୁ କହିଛନ୍ତି। ଏହାବ୍ୟତୀତ ପ୍ରତ୍ୟେକ ପ୍ରାର୍ଥୀ ନିଜ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ଏକ ଛାୟା ରେଜିଷ୍ଟର (ସ୍ୟାଡୋ ରେଜିଷ୍ଟର) ବ୍ୟବହାର କରିବୋ

ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୨୫ରେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଲ୍ଲୀଠାରେ ଜାତୀୟ ସ୍ତରର ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର କୋଷାଧ୍ୟକ୍ଷ ଓ ସାଧାରଣ ସମ୍ପାଦକ ମାନଙ୍କୁ ନେଇଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ମୁଖପାତ୍ର ଡଃ ସସ୍ମିତ ପାତ୍ର, ଡଃ. ଲେନିନ ମହାନ୍ତିି, ସୁଲୋଚନା ଦାସ, ସୁଲତା ଦେଓଙ୍କ ସହ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀହରି ବଲ୍ଲବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର