ବସ୍ ଖସିଲା ପୋଲ ତଳକୁ : ଭାଗ୍ୟ ଦେଲା ସାଥ୍, ଅଳ୍ପକେ ବର୍ତ୍ତିଲେ ଅଂଶୁମାନ୍

ଭୁବନେଶ୍ବର : ଆଉ ଅଳ୍ପ କେଇ ମିନିଟ ଭିତରେ କଟକରେ ଓହ୍ଲାଇଥାନ୍ତେ ଯାତ୍ରୀ। କିନ୍ତୁ ସବୁ ଓଲଟପାଲଟ ହେଇଗଲା। ମହାନଦୀ ପୋଲ ମଝିରେ ହାବୁଡି ଗଲା ମଇଁଷି। ଅପେକ୍ଷାକୃତ ଦ୍ରୁତ ଗତିରେ ଆସୁଥିବା ବସଟି ମଇଁଷିକୁ ଧକ୍କା ଦେଇ ନିୟନ୍ତ୍ରଣ ହରାଇ ଖସି ପଡିଲା ୩୦ ଫୁଟ୍ ତଳକୁ। ମଇଁଷି ତ ମଲା, ହେଲେ ସାଥିରେ ବି ଅକାଳରେ ନେଇଗଲା ୧୦ଟି ମୂଲ୍ୟବାନ୍ ଜୀବନ । ତେବେ ସୌଭାଗ୍ୟକୁ ଏହି ଦୁର୍ଘଟଣାରୁ କେତେଜଣ ଅଳ୍ପକେ ବର୍ତିଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରର ଅଂଶୁମାନ ଦାସ୍ ।

ଦୁର୍ଘଟଣା ସମୟର ଅନୁଭୂତି ବର୍ଣ୍ଣନା କରି ଅଂଶୁମାନଙ୍କ ଅନୁସାରେ ସମୟ ସେତେବେଳକୁ ୫.୪୬।  ଦୁର୍ଘଟଣା ହେବା ସମୟରେ ପ୍ରଥମେ କିଛି ବୁଝି ପାରିନଥିଲେ କ’ଣ ହେଲା । ବିକଳରେ ବସ ଭିତର ରଡକୁ ମାଡ଼ିବସି ଧରିଲେ।  ତା’ପରେ ବୁଝିଲା ବେଳକୁ ବସ୍ ଯାଇ ପୋଲ ତଳେ । ଆଖି ଖୋଲିଲା ବେଳକୁ ପାଖରେ ବସିଥିବା ଯାତ୍ରୀଙ୍କ ମୁଣ୍ଡରୁ ଝରୁଥିଲା ରକ୍ତ । ସେହି ରକ୍ତରେ ସେ ଜୁଡୁବୁଡୁ ହୋଇଯାଇଥିଲେ । ତେବେ ସେ ଭଗବାନଙ୍କ ଆର୍ଶୀବାଦରୁ ଅଳ୍ପ ଆଘାତ ପ୍ରାପ୍ତ ହୋଇଥିଲେ। ତେଣୁ ସେ ନିଜେ ବସରୁ ବାହାରିବା ସହ ଅନ୍ୟମାନଙ୍କ ସହାୟତାରେ ୨ରୁ ୪ଜଣଙ୍କୁ ମଧ୍ୟ ବସରୁ ପଦାକୁ ବାହାର କରିଥିଲେ । ତେବେ ଦୁର୍ଘଟଣା ସମୟରେ ବସଟି ୯୦ରୁ ୧୦୦କିଲୋମିଟର ବେଗରେ ଚାଲୁଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର