ବୈଜୟନ୍ତ ପଣ୍ଡାଙ୍କୁ ଶ୍ରେଷ୍ଠ ସାଂସଦ ସମ୍ମାନ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଚଳିତବର୍ଷ ଶ୍ରେଷ୍ଠ ସାଂସଦ ସମ୍ମାନ ମିଳିଛି। ସ୍କଚ୍‌ ଗ୍ରୁପ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ୫୦ତମ ସମ୍ମିଳନୀରେ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ମିଳିଛି। ସଂସଦରେ ତଥା ସଂସଦ ବାହାରେ ଆର୍ଥିକ ସଂସ୍କାର କ୍ଷେତ୍ରରେ ବିଭିନ୍ନ ଯୁକ୍ତିଯୁକ୍ତ ପ୍ରସ୍ତାବ ଦେଇଥିବାରୁ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀ ପଣ୍ଡା ସାଂସଦ ଭାବେ ସାମାଜିକ ତଥା ଆର୍ଥିକ ଅଭିବୃଦ୍ଧିରେ ସଂସ୍କାର ଆଣିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଏହି ସମ୍ମିଳନୀରେ ସାଂସଦ ପଣ୍ଡା ଭାରତୀୟ ଅର୍ଥନୀତି ଓ ଆଗାମୀ ସୁଯୋଗ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର