ଅହମ୍ମଦାବାଦକୁ ବିମାନ ସେବା ସେପ୍ଟେମ୍ବର ୩ରୁ, ସପ୍ତାହକୁ ତିନି ଦିନ ଉଡ଼ାଣ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୩ତାରିଖରୁ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧା ବିମାନ ଉଡ଼ାଣ ହେବ। ଏନେଇ ଇଣ୍ଡିଗୋ ପକ୍ଷରୁ ଉଡ଼ାଣ ସୂଚୀ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରଦାନ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଇଣ୍ଡିଗୋ କର୍ତ୍ତୃପକ୍ଷ ସେପ୍ଟେମ୍ବର ୧ରୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଉଡ଼ାଣ ସୂଚୀ ଦେଇଛନ୍ତି। ଏଥିରେ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସପ୍ତାହକୁ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡ଼ାଣ କରିବ। ବିମାନ ୬ଇ୯୫୩ ଅହମ୍ମଦାବାଦରୁ ସକାଳ ୮ଟା ୫୫ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୧୧ଟା ୨୦ରେ ପହଞ୍ଚିବ। ଭୁବନେଶ୍ୱରରୁ ପୂର୍ବାହ୍ନ ୧୧ଟା ୫୦ରେ ଉଡ଼ାଣ କରି ଅପରାହ୍ନ ୨ଟା ୧୦ରେ ଅହମ୍ମଦାବାଦରେ ପହଞ୍ଚିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର