ଅପରେସନ ପ୍ରତିଶୋଧ : ଗଇ ଖୋଳାେଖାଳି

ମୁହଁ ଖୋଲିଲେ ଅରୁଣ, କହିଲେ ତାଙ୍କର ବି ଉତ୍କଣ୍ଠା ରହିଛି, ଧର୍ମେନ୍ଦ୍ରଙ୍କୁ ଟିଟୋ ମାମଲା ଭିତରକୁ ଟାଣିଲେ ପ୍ରତାପ, ମୁଖ୍ୟମନ୍ତ୍ରୀଙ୍କ ସହ ସପୋର ଫଟୋ ରହିଛି: ଧର୍ମେନ୍ଦ୍ର

ଭୁବନେଶ୍ବର : ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ପ୍ରସଙ୍ଗ ଓ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାକୁ େନଇ ବିେଜଡି-ବିେଜପି ବାକ୍‌ଯୁଦ୍ଧ ଜାରି ରହିଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରସଙ୍ଗରେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପୁଣି ଟିେଟା ମାମଲା ଭିତରକୁ ଟାଣିଛନ୍ତି। ଶ୍ରୀ ଜେନା ଆହୁରି କହିଛନ୍ତି େଯ ସେ କାହା ନାମ ନ େନଇଥିଲେ ହେଁ, ଉତ୍ତରାଖଣ୍ଡ େଗଷ୍ଟହାଉସ୍‌ ପ୍ରସଙ୍ଗରେ ଧର୍ମେନ୍ଦ୍ର କାହିଁକି ଆଗକୁ ଆସିଲେ? ଅନ୍ୟପକ୍ଷରେ ଧର୍ମେନ୍ଦ୍ର ଆଜି ଏହି ଘଟଣାରେ ପୁଣି ତୀବ୍ର ପ୍ରତିକ୍ରିୟା କରି ପ୍ରସଙ୍ଗ ଭିତରକୁ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଛନ୍ତି। କହିଛନ୍ତି, ଟିଟୋ ଭାଇ ସପୋ ସହିତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସତ୍ତ୍ବେ ପୁଲିସ ତାଙ୍କୁ ଏଯାଏ େଜରା କରିନି କାହିଁକି? ମୁଖ୍ୟମନ୍ତ୍ରୀଙ୍କ ସହିତ ସରୋଜ ସାହୁର ସଂପର୍କ କ’ଣ ଅଛି?

ଏଭଳି ବାକ୍ ବିତଣ୍ଡାକୁ ନେଇ ରାଜନୀତି ସରଗରମ ରହିଛି। ଏପଟେ ଆଜି ବିଧାୟକ ଅରୁଣ ସାହୁ ତାଙ୍କୁ େହାଇଥିବା ସିବିଆଇ ନୋଟିସ ନେଇ ମୁହଁ େଖାଲିଛନ୍ତି। କହିଛନ୍ତି, ସେ ଖୁବ୍‌ଶୀଘ୍ର ସିବିଆଇରେ ହାଜର ହୋଇ ତାଙ୍କ ପକ୍ଷ ରଖିବେ। ହେଲେ ସିବିଆଇ ତାଙ୍କୁ କାହିଁକି ଡାକିଛି ତାହା ଜାଣିବା ପାଇଁ ତାଙ୍କର ଉତ୍କଣ୍ଠା ଅଛି । ତେବେ ଏହି ଘଟଣାରେ ଅତନୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଉେଲ୍ଳଖଯୋଗ୍ୟ ଶ୍ରୀ ଜେନା ଏକ ପ୍ରେସ୍‌ ଇସ୍ତାହାରରେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ତାଙ୍କର ଅତି ନିମ୍ନମାନର ଚିନ୍ତାଧାରା ଓ ହତାଶାକୁ ପଦାରେ ପକାଉଛି। ଛତ୍ରପୁର ବିଜେଡି କାଉନ୍‌ସିଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍‌ରେ ରୁମ୍ ବୁକ୍ କରିଥିଲା ବୋଲି ସେ ପଚାରିଥିଲେ। ଏହାର ଉତ୍ତର‌େର ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଏହି ଘଟଣାର ସତ୍ୟତା ଅଛି ତେବେ
ଓଡ଼ିଶା ପୁଲିସ ତାଙ୍କୁ ସମନ୍ କଲେ ସେ ହାଜର ହେବେ। ଏହାକୁ ନେଇ ଶ୍ରୀ ଜେନା କହିଛନ୍ତି ଯେ ମୁଁ ଶ୍ରୀ ପ୍ରଧାନଙ୍କୁ ଅଭିଯୁକ୍ତ ବୋଲି କହିନଥିଲେ ‌ହେଁ ସେ ନିଜକୁ ଦୋଷୀ ବୋଲି ମାନିବା ଓ ତାଙ୍କର ସନ୍ଦେହଜନକ ବିବୃତ୍ତି ଅନେକ ଜିନିଷ ପଦାରେ ପକାଇଛି।

ଶ୍ରୀ ଜେନା ଆହୁରି କହିଛନ୍ତି, କିଛି ଦିନ ତ‌େଳ ସେ ତା‌ଙ୍କୁ ପ୍ରଶ୍ନ କରିଥିଲେ ଯେ, ଗ୍ୟାଙ୍ଗଷ୍ଟାର ଟିଟୋ ସହ ତାଙ୍କର ମଧୁଚନ୍ଦ୍ରିକା ରହିଛି। ଅପରାଧୀଙ୍କୁ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଆବଣ୍ଟନ କରିବା ପଛରେ କ’ଣ ଅଭିସନ୍ଧି ରହିଥିଲା ତାହା ଶ୍ରୀ ପ୍ରଧାନ ସ୍ପଷ୍ଟ କରନ୍ତୁ। କିନ୍ତୁ ଶ୍ରୀ ପ୍ରଧାନ ଏନେଇ କିଛି ଉତ୍ତର ରଖିନାହାନ୍ତି। ଏସବୁ ଷଡ଼୍‌ଯନ୍ତ୍ରର ଗୁମର କେବେ ଖୋଲିବେ ତାହାକୁ ଓଡ଼ିଶାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ଜେନା କହିଥିଲେ।

ସେପଟେ ଲକ୍ଷ୍ମୀଦତ୍ତ ପ୍ରଧାନ ମାମଲାରେ ବିଜେପିର ଦୁଇ ନେତାଙ୍କୁ ନୋଟିସ ଘଟଣାରେ ଶ୍ରୀ ପ୍ରଧାନ କହିଛନ୍ତି, ଆଇନରୁ ଊର୍ଧ୍ବରେ କେହି ନାହାନ୍ତି। ଯଦି ସରକାରଙ୍କ ପାଖରେ ତଥ୍ୟ ପ୍ରମାଣ ରହିଛି, ତେବେ ଆଇନ ଅନୁଯାୟୀ ଦଣ୍ଡ ଦିଅନ୍ତୁ। ଡିଜିଙ୍କୁ କହି ଜେଲ୍‌ ପଠାନ୍ତୁ। ବିଜେପି ଏହାକୁ ସ୍ବାଗତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି, ସରକାର ଯେଉଁ କୃଷ୍ଣ ନାୟକ କଥା କହୁଛନ୍ତି, ସେ ଜଣେ ରାଜନୈତିକ ଲୋକ। ସେ ଗତ ନିର୍ବାଚନ ଲଢିଥିଲେ। ରାଜ୍ୟ ସରକାର କିନ୍ତୁ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ ୨୦ଲକ୍ଷ ଜନସାଧାରଣଙ୍କ ଅର୍ଥ ଲୁଟ ହୋଇଛି। ସରକାର ଏସ୍‌ଆଇଟି କମିସନ ବସାଇଥିେଲ। କିଛି ଲାଭ ମିଳିନଥିଲା। ଏହି ମାମଲା ସିବିଆଇ ନେଲା ଓ ସରୋଜଙ୍କୁ ଜେରା କରାଗଲା। କିନ୍ତୁ ସରୋଜ ସାହୁ କିଏ, ଏ ନେଇ ବିଜେଡି ନେତା ବା ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନାହାନ୍ତି କାହିଁକି? ସିିବିଆଇ ଏ ନେଇ ପ୍ରଶ୍ନ କଲେ ରାଜନୈତିକ ଆକ୍ରୋଶ ବୋଲି କୁହାଯାଉଛି। ଏହା ଚୋର ମୁହଁଟାଣ ଭଳି କଥା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର