ବିଜେପିରେ ମିଶ୍ରଣ ପର୍ବ

ଭୁବନେଶ୍ବର : ପାଲଲହଡ଼ା ନିର୍ବାଚନମଣ୍ଡଳୀର ବିଜେଡି ନେତା ତଥା କୁଳୁମା ହାଇସ୍କୁଲ୍‌ ଓ ଜଗମୋହନ କଲେଜର ପ୍ରତିଷ୍ଠାତା ଜଗମୋହନ ପ୍ରଧାନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଥିଲେ। ଏହା ବାଦ୍ ପାଲଲହଡ଼ା ନିର୍ବାଚନମଣ୍ଡଳୀର ପ୍ରମୋଦ ପ୍ରଧାନ, ବିନୟ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ଭଗବାନ ସାହୁ, ଶିବରାମ ପ୍ରଧାନ, ସମ୍ବୋଦର ସାହୁ, ସନ୍ତୋଷ କୁମାର ସାହୁ ଓ ଫରେନ କୁମାର ପ୍ରଧାନଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ବିଭିନ୍ନ ଅଞ୍ଚଳର ବିଜେଡି ଓ କଂଗ୍ରେସ ନେତାମାନେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ୍ ହେବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଥିଲେ।

ସମ୍ବନ୍ଧିତ ଖବର