ବିଜେଡି ନେତା ବୁଲୁ ମହାନ୍ତିଙ୍କ ଉପରେ ବୋମା ମାଡ

ରାଉରକେଲା: ପୂର୍ବତନ କାଉନସିଲର ତଥା ବିଜେଡି ନେତା ଅଶେଷ ମହାନ୍ତି (ବୁଲୁ)ଙ୍କୁ ବୋମା ମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ବୋମା ମାଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି। ବୁଲୁ ମହାନ୍ତି ପରିବାର ସହ ବାସନ୍ତି କଲୋନୀ ଉଚ୍ଚ ବିଦ୍ୟାଳୟ ନିକଟରେ ରହନ୍ତି। ଘର ନିକଟରେ ତାଙ୍କର ଟ୍ରେଡିଂ ବ୍ୟବସାୟର ଏକ ଅଫିସ ରହିଛି। ପ୍ରତିଦିନ ପରି ଆଜି ରାତି ପ୍ରାୟ ୮ଟାରେ ଅନ୍ୟ ସାଥୀ ଓ ସ‌ହଯୋଗୀଙ୍କ ବନ୍ଧୁଙ୍କ ସହ କ୍ୟାରମ୍‌ ଖେଳୁଥିଲେ। ରାତି ପ୍ରାୟ ସାଢ଼େ ୯ଟାରେ ଅଫିସରୁ ଘରକୁ ଯାଉଥିବାବେଳେ ‌ହଠାତ୍‌ କିଛି ଅଜ୍ଞାତ ଯୁବକ ପହଞ୍ଚି ବୋମା ମାଡ କରିଥିଲେ। ବୋମା ମାଡରେ ବୁଲୁ ଗୁରୁତର ହୋଇ ତଳେ ପଡିଯାଇ ଚିତ୍କାର କରିଥିଲେ। ତାଙ୍କ ଡାକ ଶୁଣି ପଡୋଶୀ ଓ ଅନ୍ୟ ଲୋକ ଦୌଡି ଆସିବାରୁ ଅଜ୍ଞାତ ଯୁବକମାନେ ମୋଟରବାଇକ୍‌‌ ଯୋଗେ ସେଠାରୁ ଚମ୍ପଟ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାସନ୍ତି କଲୋନୀସ୍ଥିତ ରାଜସ୍ଥାନ ସେବା ସଦନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଉଲ୍ଲେଖନୀୟ ପୂର୍ବରୁ ମଧ୍ୟ ତାଙ୍କ ଉପରେ ଏକାଧିକ ଥର ମରଣାନ୍ତ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର