ବୌଦ୍ଧ: ଅଜଣା ଗାଡ଼ି ଧକ୍କା ଯୋଗୁଁ ଯୁବକ ମୃତ

ବୌଦ୍ଧ: ଶୁକ୍ରବାର ରାତିରେ ଅଜ୍ଞାତ ଗାଡ଼ି ଧକ୍କା ଦେବା ଫଳରେ ୫୭ ନମ୍ବର ଜାତୀୟ ରାଜପଥର ବୃନ୍ଦାବନ ଗାଁ ନିକଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତ ଯୁବକ ହେଉଛନ୍ତି ୨୪ ବର୍ଷିୟ ଭଗବାନ ମଲ୍ଲିକ। ଘରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ପୁରୁଣା କଟକ ଥାନା ରାଜିନ ଗାଁରେ।

ଭଗବାନ ଗତକାଲି ତାଙ୍କ ଭଉଣୀଘରକୁ ଯାଇଥିଲେ। ସେଠାରେ ରାତ୍ରୀ ଭୋଜନ ସାରି ବସ୍‌ରେ ନିଜ ଗାଁକୁ ଫେରି ଆସିବା ପାଇଁ ରାଜପଥ ପାର୍ଶ୍ୱରେ ଅପେକ୍ଷା କରିଥିବା ବେଳେ କୌଣସି ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।

ଆଜି ସକାଳ ପ୍ରାୟ ୬:୪୫ରେ ସ୍ଥାନୀୟ ଲୋକେ ରାସ୍ତାରେ ତାଙ୍କ ଶବ ପଡ଼ିଥିବା ଦେଖି ଭଉଣୀଘରକୁ ଜଣାଇଥିଲେ।

ଖବର ପାଇ ବୌଦ୍ଧ ପୁଲିସ ଘଟନାସ୍ଥଳରୁ ଶବ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର