ତୁଣ୍ଡ ନେଲା ମୁଣ୍ଡ : ଶ୍ରୀକାନ୍ତ ବହିଷ୍କୃତ, ସଗରିଆ ବି ବି‌ଦା ହେଲେ

ଏଆଇସିସି ନିର୍ଦେଶରେ ଶୃଙ୍ଖଳା କମିଟି ଶୁଣାଇଲା ନିଷ୍ପତ୍ତି, ରାହୁଲଙ୍କ ଗସ୍ତ ପୂର୍ବରୁ ବିଶୃଙ୍ଖଳାକାରୀଙ୍କ ପାଇଁ ସତର୍କଘଣ୍ଟି

ଭୁବନେଶ୍ବର : ବିଶୃଙ୍ଖଳିତଙ୍କୁ ଲଗାମ ଦେବାକୁ ଯାଇ ଆଜି ବିଳମ୍ବିତ ରାତିରେ କଂଗ୍ରେସ ଏକ କଠୋର ନିଷ୍ପତ୍ତି ନେଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଆଜି କଂଗ୍ରେସରୁ ବହିଷ୍କାର କରିଛି। ଅଖିଳ ଭାରତ କଂଗ୍ରେସ କମିଟି ନିେର୍ଦଶରେ ପିସିସି ଶୃଙ୍ଖଳା କମିଟି ପକ୍ଷରୁ ଏଭଳି ନିେର୍ଦଶନାମା ଜାରି ହୋଇଛି। ଏହି ନିଷ୍ପତ୍ତି ଜଣାପଡିବା ପରେ ଉଭୟ କଂଗ୍ରେସ ଶିବିର ଓ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ପିସିସି ଶୃଙ୍ଖଳା କମିଟିର ଆବାହକ ଅନନ୍ତ ସେଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ଉଭୟ ଶ୍ରୀକାନ୍ତ ଓ ସଗରିଆ ବାରମ୍ବାର କଂଗ୍ରେସ ଦଳ ବିେରାଧୀ ମନ୍ତବ୍ୟ ଓ ପ୍ରଦେଶ କଂଗ୍ରେସ କମିଟି ପଦାଧିକାରୀଙ୍କ ବିେରାଧରେ ନ୍ୟୂନ ଟିପ୍ପଣୀ ଦେଉଥିଲେ। ସର୍ବୋପରି ଦଳକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମରେ ବୟାନବାଜି କରୁଥିବାରୁ ଉଭୟଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି।

ସ୍ମରଣଯୋଗ୍ୟ, କଂଗ୍ରେସରେ ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ େବାଲି ଦଳର ଜାତୀୟ ସଭାପତି ରାହୁଲ ଗାନ୍ଧୀ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିଯୁକ୍ତି କରିବା ବେଳେ ସ୍ପଷ୍ଟ ମତ ରଖିଥିଲେ। ଏହି କ୍ରମରେ କଂଗ୍ରେସରେ ବିଶୃଙ୍ଖଳା ସୃଷ୍ଟି କରୁଥିବା େନତାଙ୍କ ବିେରାଧରେ ଦଳ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆସୁଥିଲା। ପୂର୍ବରୁ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ବିଦା କରିଥିଲେ। ତଥାପି ସେ ସତର୍କ ନ େହାଇ ଅଧିକରୁ ଅଧିକ ଦଳ ବିେରାଧରେ ମନ୍ତବ୍ୟ ଦେଉଥିବା ଅଭିେଯାଗ େହାଇଥିଲା। ଆଉ ତା ଆଧାରରେ ଆଜି ଶ୍ରୀ ଜେନାଙ୍କୁ କଂଗ୍ରେସର ବାହାର କବାଟ ଦେଖାଇ ଦେଇଥିବା କୁହାଯାଉଛି।

ସେହିଭଳି କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ପରେ ନିୟମିତ ବ୍ୟବଧାନରେ ଦଳର େନତାଙ୍କ ବିେରାଧରେ ମତ ରଖି ଆସୁଥିଲେ। ଏପରିକି ଶୁକ୍ରବାର ତାଙ୍କୁ ଟିକେଟ ମିଳିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିବା ସହ ଏ େନଇ ରାହୁଲଙ୍କୁ ଜଣାଇବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ୩୦ ଘଣ୍ଟା ବିତିନି, ରାହୁଲଙ୍କ ନିେର୍ଦଶରେ କୃଷ୍ଣଙ୍କୁ ମଧ୍ୟ ଶ୍ରୀକାନ୍ତଙ୍କ ରାସ୍ତାରେ ଦଳରୁ ବିଦା କରାଯାଇଛି।

ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ପୂର୍ବରୁ ବିଶୃଙ୍ଖଳାକାରୀଙ୍କ ବିେରାଧରେ କଡ଼ା ଆଭିମୁଖ୍ୟକୁ ରାଜନୈତିକ ମହଲ ଅତ୍ୟନ୍ତ ଗୁରୁତ୍ବ ଦେଉଛନ୍ତି।ଏହି ମହଲର ଯୁକ୍ତି େହଉଛି, ନିର୍ବାଚନ ବର୍ଷରେ କଂଗ୍ରେସକୁ ଏକାଠି ହେବା ଦିଗରେ ଏହି ପଦକ୍ଷେପ ସାହାଯ୍ୟ କରିବ। କେବଳ ସେତିକି ନୁହେଁ, ଅନ୍ୟ ବିଶୃଙ୍ଖଳାକାରୀ ମଧ୍ୟ ସତର୍କ ହେବେ।

ପୂର୍ବରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ କିେଶାର ଦାସ, ସୁନ୍ଦରଗଡ ବିଧାୟକ େଯାଗେଶ ସିଂହଙ୍କ ବିେରାଧରେ ଦଳ କାର୍ଯ୍ୟାନୁଷ୍ଠାନ େନଇଥିଲା। ସେ ସମୟରେ ସଗରିଆଙ୍କ ସଂପର୍କରେ ବିଚାର େହାଇଥିବା ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର